ଓଡ଼ିଶାଲାଇଭ୍‌ ବ୍ୟୁରୋ

ପର୍ଯ୍ୟାପ୍ତ ପରିମାଣର ଶୋଇବା ଆମ ଶରୀର ପାଇଁ ଆବଶ୍ୟକ। କାରଣ ଆବଶ୍ୟକ ପରିମାଣର ନଶୋଇଲେ ଏହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଯେତେବେଳେ ଭଲ ନିଦ ହୁଏନି ସେତେବେଳେ ମଣିଷ ଚିଡ଼ିଚିଡ଼ା ସ୍ୱଭାବର ହୋଇଯାଆନ୍ତି। ଫଳରେ କୌଣସି କାମରେ ମନ ଲାଗେ ନାହିଁ। ଆପଣ ବି ଯଦି ଏମିତି କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହେଲେ ଆପଣଙ୍କ କିଛି ଟିପ୍ସ ଆପଣେଇ ପାରିବେ।

– ଭଲ ନିଦ ପାଇଁ ଆପଣ ଶୋଇବା ସମସୟ ନିର୍ଦ୍ଧାରିତ କରିପାରିବେ। ନିର୍ଦ୍ଧାରିତ ସମୟ ଅନୁସାରେ ଆପଣ ଶୋଇଲେ ଆପଣଙ୍କ ନିଦ ପୂରା ହୋଇପାରିବ।

-ରାତିରେ ହାଲ୍‌କା ଖାଇବାକୁ ଯେତେ ସମ୍ଭବ ଚେଷ୍ଟା କରିବେ। ରାତିରେ ଅତ୍ୟଧିକ ଖାଦ୍ୟ ଖାଇଲେ ଭଲ ନିଦ ହୋଇନଥାଏ।

ରାତିରେ ଶୋଇବା ଘରକୁ ସମ୍ପୂର୍ଣ୍ଣ ଅନ୍ଧାର କରନ୍ତୁ। କାରଣ ଆଲୋକରେ ଶୋଇଲେ ନିଦ ଶୀଘ୍ର ହୋଇନଥାଏ। ଶୋଇବା ଘର ଅନ୍ଧାର ଓ ଶାନ୍ତ ହେଲେ ଭଲ ନିଦ ଆସେ।

ଭଲ ନିଦ ପାଇଁ ନିଜ ବିଛଣା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ବିଛଣା ଆରମ ଦାୟକ ହୋଇଥିଲେ ଭଲ ନିଦ ହୋଇଥାଏ।

Comment