ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାମ ଜନ୍ମଭୂମି ବା ରାମନଗରୀ ଅଯୋଧ୍ୟାରେ ଦୀପାବଳି ପାଇଁ ଭବ୍ୟ ଦୀପ ଉତ୍ସବ ଶନିବାରଠୁ ଆରମ୍ଭ ହେଉଛି। ସନ୍ଧ୍ୟାରେ ଅଯୋଧ୍ୟାରେ ୫ ଲକ୍ଷରୁ ଅଧିକ ଦୀପ ପ୍ରଜ୍ୱଳନ କରାଯିବ।

ଏଥିପାଇଁ ଯୋଗୀ ସରକାର ବ୍ୟାପକ ଆୟୋଜନ କରିଛନ୍ତି। ଅଯୋଧ୍ୟାର ୧୨ଟି ଘାଟରେ ୫ ଲକ୍ଷ ୫୧ ହଜାର ଦୀପ ଜଳିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୀପ ଉତ୍ସବରେ ଯୋଗ ଦେବେ।

ଅଯୋଧ୍ୟାରେ ଥିବା ରାମକଥା ପାର୍କକୁ ରାମାୟଣ ଆଧାରିତ ଥିମ୍‌ ଉପରେ ସଜା ଯିବ। ସେହିପରି ଦୀପାବଳି ଅବସରରେ ସରୟୁ ଘାଟରେ ଆଳତୀ ସ୍ଥଳ ପ୍ରସ୍ତୁତ କରାଯାଇଛି। ଦୀପ ଉତ୍ସବ ପାଇଁ ତୁଳସୀ ଉଦ୍ୟାନକୁ ବି ପ୍ରସ୍ତୁତ କରାଯାଇଛି। ଏହି ଦୀପ ଉତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Comment