ଓଡ଼ିଶାଲାଇଭ ବ୍ୟୁରୋ

ସୁରକ୍ଷିତ ଦୀପାବଳି ପାଳିବାକୁ ପ୍ରସ୍ତୁତ ହୋଇଛି ରାଜ୍ୟ ଅଗ୍ନିଶମ ବିଭାଗ। ଦୀପାବଳି ସମୟରେ ଅଘଟଣ ଏଡ଼ାଇବାକୁ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଦୀପାବଳି ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ଚିଫ୍‌ ଫାୟାର ଅଫିସର ସୁକାନ୍ତ ସେଠୀ।

ଦୀପାବଳି ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ୫ ହଜାର କର୍ମଚାରୀ, ୩୫୦ ଅଫିସର ନିୟୋଜିତ ହେବା ସହ ୯୦୦ ଗାଡ଼ି ପ୍ରସ୍ତୁତ ହୋଇଛି। ଏହାସହ ରାଜ୍ୟର ୩୩୭ ଅଗ୍ନିଶମ କେନ୍ଦ୍ରରେ ଆଲର୍ଟ କରାଯାଇଛି।

କଟକରେ ୫ଟି ଓ ଭୁବନେଶ୍ଵରେ ୩ଟି ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ଖୋଲିଥିବା ବେଳେ ବାଲେଶ୍ଵର, ବରଗଡ଼, ବ୍ରହ୍ମପୁର ଓ ସମ୍ଵଲପୁରରେ ମଧ୍ୟ ଅସ୍ଥାୟୀ କେନ୍ଦ୍ର ଖୋଲାଯାଇଛି। ଏହାସହ ଗଳିକନ୍ଦିରେ ନିଆଁ ଲିଭାଇବା ପାଇଁ ସ୍ଵତନ୍ତ୍ର ବାଇକ ବ୍ୟବସ୍ଥା ମଧ୍ୟ ହୋଇଛି।

Comment