ଓଡ଼ିଶାଲାଇଭ୍ ବ୍ୟୁରୋ

ହରିୟାଣାରେ ବିଜେପିର ନବନିର୍ବାଚିତ ବିଧାୟକଙ୍କୁ ନେଇ ଶନିବାର ଚଣ୍ଡିଗଡ଼ରେ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମନୋହର ଲାଲ ଖଟ୍ଟରଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି। ଖଟ୍ଟର ରାଜ୍ୟାପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ଭେଟି ସରକାର ଗଡ଼ିବା ପାଇଁ ଦାବି ଉପସ୍ଥାପନ କରିବେ। ଦୀପାବଳି ଅବସରରେ ଖଟ୍ଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ବୋଲି ଜଣାପଡ଼ିଛି। ଦୀପାବଳି ପରେ ମନ୍ତ୍ରୀମଣ୍ଡଳ ଗଠନ ହେବ।

ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ଦଳ ସ୍ୱାଧୀନ ବିଧାୟକ ଓ ଜେଜେପି ଦଳ ସହ ମିଶି ସରକାର ଗଠନ କରୁଛି। ଶୁକ୍ରବାର ହରିୟାଣାରେ ବିଜେପି ଦଳ ଜେଜେପି ଦଳ ସହ ମେଣ୍ଟ କରିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ୍ ଘୋଷଣା କରିଥିଲେ।

ନୂଆ କରି ଗଠନ ହେବାକୁ ଥିବା ସରକାରରେ ବିଜେପି ଦଳର ନେତା ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ହେବେ। ତାଙ୍କ ସହ ଜେଜେପି ଦଳର ନେତା ଦୁଷ୍ମନ୍ତ ଚୌଟାଲା ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ପଦରେ ରହିବେ।

Comment