ଓଡ଼ିଶାଲାଇଭ ବ୍ୟୁରୋ

ବାଲୁକା କଳା ମାଧ୍ୟମରେ ସୁରକ୍ଷିତ ଦୀପାବଳି ପାଳିବାକୁ ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ପୁରୀ ବେଳାଭୂମିରେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ସେ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳିବାକୁ ବାର୍ତ୍ତା ଦେଇଛନ୍ତି।


ଏହି ବାଲୁକା କଳାର ଲମ୍ଵ ୬୦ ଫୁଟ ହୋଇଥିବା ବେଳେ ଚଉଡ଼ା ୩୦ ଫୁଟ ରହିଛି। ଦୀପାବଳି ଅବସରରେ ଗ୍ରୀନ ଦୀପାବଳି ପାଳିବା ସହ ଶବ୍ଦ ଓ ବାୟୁ ପ୍ରଦୂଷଣ ନକରିବାକୁ ମଧ୍ୟ ସେ ବାର୍ତ୍ତା ଦେଇଛନ୍ତି।

Comment