ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଆଲୋକର ପର୍ବ ଦୀପାବଳି। ଏହି ଖୁସିର ପର୍ବକୁ ସୁରକ୍ଷିତ ପାଳିବା ଓ ବାଣ ଫୁଟାକୁ ନେଇ କଟକଣା ଜାରି କରିଛି କମିସନରେଟ୍‌ ପୋଲିସ୍‌।

ସନ୍ଧ୍ୟା ୮ରୁ ୧୦ ଯାଏଁ ଫୁଟାଇ ପାରିବେ ବାଣ।

ଚାଇନା ବାଣ ଫୁଟାଇବା ସମ୍ପୂର୍ଣ୍ଣ ନିଷେଧ।

୧୨୫ ଡେସିବେଲରୁ ଅଧିକ ଶବ୍ଦ କୁରଥିବା ବାଣ ଫୁଟାନ୍ତୁ ନାହିଁ।

ବାଣ ବିକ୍ରି ଲାଗି ଲାଇସେନ୍ସ ନେଇଥିବା ବିଜ୍ରେତାଙ୍କଠାରୁ ବାଣ କିଣନ୍ତୁ।

ବାଣ ଅଧା ଫୁଟିଥିଲେ ପାଣିରେ ନଷ୍ଟ କରନ୍ତୁ।

ବାଣକୁ ହାତରେ ଧରି ଫୁଟାନ୍ତୁ ନାହିଁ।

ପିଲାଙ୍କୁ ଏକୁଟିଆ ବାଣ ଫୁଟାଇବାକୁ ଦିଅନ୍ତୁ ନାହିଁ।

ଜଦବସତିଠାରୁ ଦୂରରେ ଥିବା ଖୋଲା ପଡ଼ିଆରେ ବାଣ ଫୁଟାନ୍ତୁ।

ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ ଓ ଧାର୍ମିକ ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ।

ଜରୁରୀ ପରିସ୍ଥିତିରେ ପୋଲିସ କଣ୍ଟ୍ରୋଲ ରୁମ୍‌ (୧୦୦) ବା ଦମକଳ କେନ୍ଦ୍ର (୧୦୧)କୁ ସହାୟତା ପାଇଁ ଫୋନ୍‌ କରନ୍ତୁ।

Comment