ଓଡ଼ିଶାଲାଇଭ୍ ବ୍ୟୁରୋ

ଆଲୋକର ପର୍ବ ଦୀପାବଳି। ଆନନ୍ଦ ଓ ଉଲ୍ଲାସର ପର୍ବ ଦୀପାବଳି। ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏହି ଦିନଟିକୁ ଉତ୍ସୁକତାର ସହିତ ଅପେକ୍ଷା କରି ରହିଥାନ୍ତି। ଦୀପାବଳିକୁ ବାଣ ଅମାବାସ୍ୟା ବୋଲି ମଧ୍ୟ କୁହାଯାଏ। କାରଣ ଏହି ଅବସରରେ ଗ୍ରାମଠାରୁ ସହର ପର୍ଯ୍ୟନ୍ତ ସବୁ ସ୍ଥାନରେ ଧନୀଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସବୁ ବର୍ଗର ଲୋକମାନେ ବାଣ ଫୁଟାଇବାର ଆନନ୍ଦ ଉପଭୋଗ କରିଥାନ୍ତି।

ବାଣ ଫୁଟାଇବା ଦ୍ୱାରା ସେଥିରୁ ବାହାରୁ ଥିବା ବିଭିନ୍ନ ରଙ୍ଗର ଆଲୋକ ଦେଖି ଓ ଶଦ୍ଦ ଶୁଣି ଲୋକମାନେ ଆମୋଦିତ ହୁଅନ୍ତି। କିନ୍ତୁ ଦୁଃଖର ବିଷୟ ଏହା ଯେ, ଲୋକମାନେ ବାଣ ଫୁଟାଇବାରେ ଏତେ ନିମଜ୍ଜିତ ହୋଇଯାଆନ୍ତି ଯେ, ସେମାନେ ନିଜର ସୁରକ୍ଷା ପାଇଁ ସାଧାରଣ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଭୁଲି ଯାଆନ୍ତି। ଯାହା ଫଳରେ ଦୀପାବଳି ଅବସରରେ ଅନେକ ଅଘଟଣ ଘଟି ବହୁ ଧନଜୀବନ କ୍ଷୟକ୍ଷତ ହୋଇଥାଏ।

ଅନ୍ଧାର ଉପରେ ଆଲୋକର ବିଜୟର ବାର୍ତ୍ତା ପ୍ରଚାର କରୁଥିବା ଦୀପାବଳି ପର୍ବରେ ଆମର ଖୁସିରେ ଯେପରି ଅନ୍ଧାରର ଗ୍ରହଣ ନଲାଗିବ, ସେଥିପାଇଁ ଚାଲନ୍ତୁ କେତେକ ଅତି ସାଧାରଣ ସତର୍କତାମୂଳକ ପଦକ୍ଷେପ ବିଷୟରେ ଜାଣିବା:

’ଣ କରିବା ଉଚିତ:

  • ସବୁବେଳେଲାଇସେନ୍ସଧାରୀ ଓ ବିଶ୍ୱସ୍ତ ଦୋକାନୀଙ୍କଠାରୁ ବାଣ କିଣନ୍ତୁ ।
  • ଆଇନ୍‌ ଦ୍ୱାରାଅନୁମୋଦିତ ଶଦ୍ଦ ସ୍ତରଠାରୁ କମ୍‌ ଶଦ୍ଦ ସୃଷ୍ଟି କରୁଥିବା ବାଣ କିଣନ୍ତୁ ।
  • ବାଣପ୍ୟାକେଟ୍‌ ଉପରେ ଦିଆଯାଇଥିବା ନିର୍ଦ୍ଦେଶ ପଢନ୍ତୁ ଓ ଅନୁପାଳନ କରନ୍ତୁ ।
  • ସବୁବେଳେଖୋଲା ସ୍ଥାନରେ, ଜ୍ୱଳନଶୀଳ ପଦାର୍ଥଗୁଡିକଠାରୁ ଦୂରରେ ରହି ବାଣ ଫୁଟାନ୍ତୁ ।
  • ଛୋଟପିଲାମାନଙ୍କ ପାଖକୁ ଯେପରି ନିଆଁ ଝୁଲ ପହଞ୍ଚି ପାରିବ ନାହିଁ, ସେତିକି ଦୂରରେ ରହି ବାଣ ଫୁଟାନ୍ତୁ ।
  • ପିଲାମାନେବାଣ ଫୁଟାଇବା ବେଳେ ବୟସ୍କମାନେ ସେମାନଙ୍କ ସହିତ ଉପସ୍ଥିତ ରହି ସେମାନଙ୍କ ଗତିବିଧି ଉପରେ ଦୃଷ୍ଟି ରଖିବା ଉଚିତ ।
  • ପ୍ରଚଣ୍ଡଶଦ୍ଦ ସୃଷ୍ଟିକାରୀ ବାଣ ଯେପରି ତାଳ ଫୋଟକା, ମରିଚ ବାଣ ବା ବମ୍‌ ଆଦି ଫୁଟେଇବା ବେଳେ ଏଗୁଡିକ ଠାରୁ ସୁରକ୍ଷିତ ଦୂରତାରେ ରହି ଅଗ୍ନି ସଂଯୋଗ କରନ୍ତୁ ।
  • ରକେଟ୍‌ ଜାତୀୟବାଣରେ ଅଗ୍ନି ସଂଯୋଗ କରିବା ପୂର୍ବରୁ ଏହାର ମୁହଁକୁ ଘରର ଝରକା, କବାଟ ଆଡକୁ ରଖନ୍ତୁ ନାହିଁ । ନଚେତ୍‌ ଦୁର୍ଘଟଣା ଘଟିବା ସମ୍ଭାବନା ରହିଛି ।
  • ଯଦିବାଣ ଫୁଟିବା ପରେ ନିଆଁ ଝୁଲ ପଡିରହୁଛି ତେବେ ସେହି ସ୍ଥାନ ଛାଡିବା ପୂର୍ବରୁ ତାହା ଉପରେ ପାଣି ପକେଇଦିଅନ୍ତୁ ।
  • ବାଣଫୁଟେଇବା ବେଳେ ସବୁବେଳେ ଚପଲ୍‌ ପିନ୍ଧନ୍ତୁ ।
  • ବାଣଫୁଟେଇବା ଆରମ୍ଭ କରିବା ପୂର୍ବରୁ ସେହି ସ୍ଥାନରେ ଅତି କମ୍‌ରେ ବାଲ୍‌ଟିଏ ପାଣି ରଖନ୍ତୁ । ଏହା ସହିତ ଗୋଟିଏ କମ୍ବଳ ମଧ୍ୟ ରଖନ୍ତୁ ।
  • ଅନ୍ୟମାନଙ୍କସହିତ ମିଶି ବାଣ ଫୁଟାନ୍ତୁ ଯାହା ଦ୍ୱାରା ଜରୁରୀ ପରିସ୍ଥିତିରେ ଆପଣଙ୍କୁ ଶୀଘ୍ର ସହାୟତା ମିଳିପାରିବ ।

’ଣ କରିବା ଅନୁଚିତ:

  • ନାଇଲନ୍‌ ବାସିଲ୍କ କପଡାର ପୋଷାକ ପିନ୍ଧି କେବେ ମଧ୍ୟ ବାଣ ଫୁଟାନ୍ତୁ ନାହିଁ । ବାଣ ଫୁଟେଇବା ବେଳେ ସବୁବେଳେ ସୁତା ପୋଷାକ ପିନ୍ଧନ୍ତି।
  • କୌଣସିଜ୍ୱଳନଶୀଳ ପଦାର୍ଥ ପାଖରେ କେବେ ମଧ୍ୟ ବାଣ ଫୁଟାନ୍ତୁ ନାହିଁ ।
  • ବାଣରେଅଗ୍ନି ସଂଯୋଗ କରିବା ପାଇଁ ଦିଆସିଲି ବା ଲାଇଟର୍‌ ବ୍ୟବହାର କରନ୍ତୁ ନାହିଁ ।
  • ବାଣକୁକେବେ ମଧ୍ୟ ହାତରେ ଧରିଥିବା ବେଳେ ସେଥିରେ ଅଗ୍ନି ସଂଯୋଗ କରନ୍ତୁ ନାହିଁ ।
  • ପ୍ରଚଣ୍ଡଶଦ୍ଦ ସୃଷ୍ଟିକାରୀ ବାଣ ଯେପରି ତାଳ ଫୋଟକା, ମରୀଚ ବାଣ ବା ବମ୍‌ ଆଦିରେ ଅଗ୍ନି ସଂଯୋଗ କରିବା ପରେ ଯଦି ଏହା ଟିକିଏ ଜଳି ରହିଯାଉଛି ତେବେ ଏହା ପାଖକୁ ଯାଇ ଏହାକୁ ପରୀକ୍ଷାନିରୀକ୍ଷା କରନ୍ତୁ ନାହିଁ । ବେଳେବେଳେ ବାଣଗୁଡିକ ବିଳମ୍ବରେ ଫୁଟିଥାଏ ।
  • କେବେମଧ୍ୟ ରାସ୍ତା ଉପରେ ବା ବନ୍ଦ କୋଠରୀରେ ବାଣ ଫୁଟାନ୍ତୁ ନାହିଁ ।
  • କେବେମଧ୍ୟ ହାତରେ ରଖି କୌଣସି ବାଣ ଫୁଟାନ୍ତୁ ନାହିଁ । ଛୋଟପିଲାମାନଙ୍କୁ ବାଣ ଧରିବାକୁ ଦିଅନ୍ତୁ ନାହିଁ ।

ଶରୀରରର ଯତ୍ନ କିପରି ନେବେ?

ଆଖିର ଯତ୍ନ :

ବାଣ ଫୁଟେଇବା ବେଳେ ବାଣକୁ ମୁହଁ ଠାରୁ ସୁରକ୍ଷିତ ଦୂରତାରେ ରଖନ୍ତୁ । ଯଦି ଆପଣଙ୍କ ଆଖିରେ ସାମାନ୍ୟ ନିଆଁ ଝୁଲ ପଡିଯାଏ ତେବେ ଆଖିକୁ ହାତରେ ମନ୍ଥନ୍ତୁ ନାହିଁ । ସାଦା ପାଣିରେ ଆଖିକୁ ଛିଟା ମାରନ୍ତୁ ଓ ଡାକ୍ତରଙ୍କୁ ଦେଖାନ୍ତୁ ।

ଆଖିରେ ଜଳାପୋଡା ହେବା ଅନୁଭବ ହେଉଛି ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।

କାନର ଯତ୍ନ:

ବମ୍‌ ପରି ପ୍ରଚଣ୍ଡ ଶଦ୍ଦ ସୃଷ୍ଟି କରୁଥିବା ବାଣ (୧୨୫ ଡେସିବଲ୍‌ରୁ ଅଧିକ ଧ୍ୱନି)ଠାରୁ ପ୍ରାୟ ୪ମିଟର୍‌ ଦୂରରେ ରୁହନ୍ତୁ । ଯଦି ଅଧିକ ଶଦ୍ଦ ହେଉଛି ତେବେ କାନରେ ତୁଳା ଦେଇଦିଅନ୍ତୁ । ଅତ୍ୟଧିକ ଶଦ୍ଦ ଯୋଗୁ ପିଲାମାନେ ସେମାନଙ୍କ କାନରେ ପୀଡା ଅନୁଭବ କରୁଥିବା କଥା କହିଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ବାଣ ଫୁଟାଇବା ବେଳେ ନିଆଁଝୁଲ ପଡ଼ି ଦେହରେ ପୋଡ଼ାକ୍ଷତ ହେଲେ କ’ଣ କରିବେ

ବାଣ ଫୁଟିବା ବେଳେ ବେଳେବେଳେ ଶରୀରର ବିଭିନ୍ନ ଅଂଶରେ ନିଆଁ ଝୁଲ ପଡିଯାଏ । ବଶେଷକରି ହାତ ଓ ପାଦରେ । ଯଦି ଆପଣଙ୍କ ହାତ ବା ପାଦରେ ନିଆଁ ଝୁଲ ପଡିଯାଇଛି ତେବେ ସେହି ସ୍ଥାନରେ ତୁରନ୍ତ ପାଣି ପକାନ୍ତୁ ଓ ଜଳାପୋଡା ଯେତେବେଳ ଯାଏ ବନ୍ଦ ହୋଇନି ସେତେବେଳ ପର୍ଯ୍ୟନ୍ତ ପାଣି ପକାଇବା ଜାରି ରଖନ୍ତୁ ।

ଏଥିପାଇଁ ଜଳିଯାଇଥିବା ସ୍ଥାନକୁ ନଳ ପାଣି ତଳେ ରଖନ୍ତୁ ବା ଗୋଟିଏ ପାତ୍ରରେ ପାଣି ଭର୍ତ୍ତି କରି ସେଥିରେ ବୁଡେଇ ରଖନ୍ତୁ । ଓଦା କପଡା ଗୁଡାଇଲେ ମଧ୍ୟ ଆରାମ ମିଳିଥାଏ ।

ଜଳାପୋଡା ବନ୍ଦ ହେବାର ୧୫-୨୦ ମିନିଟ୍‌ ସମୟ ପରେ ଏହା ଉପରେ ଆବଶ୍ୟକ ଅଏଣ୍ଟମେଣ୍ଟର ଲେପ ଲଗେଇ ସଫା କନାରେ ଘୋଡେଇ ଦିଅନ୍ତୁ ବା ବ୍ୟାଣ୍ଡେଜ୍‌ କରନ୍ତୁ ।ଛୋଟଧରଣର ଜଳାପୋଡା ହୋଇଥିଲେ ଶୁଦ୍ଧ ନଡିଆ ତେଲ, ଅଲିଭ୍‌ ତେଲ, ମହୁ ଲଗାଇଲେ ମଧ୍ୟ ଆରାମ ମିଳିଥାଏ ।

ଯଦି କପଡାରେ ନିଆଁ ଲାଗିଯାଏ ତେବେ ସେହି ବ୍ୟକ୍ତିଙ୍କୁ ପ୍ରଥମେ ଭୂମି ଉପରେ ଗଡିବାକୁ ଦିଅନ୍ତୁ, ତାପରେ ତାଙ୍କ ଶରୀରକୁ କମ୍ବଳରେ ଘୋଡାଇ ଦିଅନ୍ତୁ ।

ଯଦି ସ୍ଥିତି ଗମ୍ଭୀର ମନେହୁଏ, ତେବେ ଡାକ୍ତରଙ୍କ ପାଖକୁ ନିଅନ୍ତୁ ।

ଏହିପରି ଛୋଟ ଛୋଟ ପଦକ୍ଷେପ ଗ୍ରହଣ କରନ୍ତୁ ଓ ଦୀପାବଳିର ଆଲୋକରେ ଜୀବନକୁ ଆଲୋକିତ କରନ୍ତୁ। ଶୁଭ ଦୀପାବଳି।

Comment