ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୀତ ଦିନେ ତ୍ୱଚା ସମସ୍ୟା ନେଇ ପ୍ରାୟତଃ ସମସ୍ତେ ଚିନ୍ତିତ ଥାଆନ୍ତି। ସମସ୍ତଙ୍କ ତ୍ୱଚା ଶୁଷ୍କ ହୋଇଯାଏ। ମୁଖ୍ୟତଃ ଶିଶୁଙ୍କର ତ୍ୱଚା ଅତ୍ୟଧିକ ସମ୍ବେଦନଶୀଳ ଏବଂ କୋମଳ ହୋଇଥିବାରୁ ସେମାନଙ୍କର ବିଶେଷ ଧ୍ୟାନ ନେବାକୁ ପଡ଼େ।

–  ଶିଶୁଙ୍କର ତ୍ୱଚାକୁ ସଠିକ୍ ମଇଶ୍ଚରାଇଜର୍ ଯୋଗାଇବା ପାଇଁ ଉଷୁମ ପାଣିରେ ଟିକିଏ ଆଲମଣ୍ଡ୍ ଅଏଲ୍, ଅଲିଭ୍ ଅଏଲ୍ ପକାଇ ଗାଧୋଇ ଦିଅନ୍ତୁ।  ନଚେତ୍ ଗାଧୋଇବା ପୂର୍ବରୁ ଯେକୌଣସି ବେବି ଅଏଲ୍‌ରେ ଭଲ ଭାବେ ଶିଶୁର ମାଲିସ କରନ୍ତୁ। ଫଳରେ ତ୍ୱଚା ଠିକ୍‌ ରହିବ।

-ଅତ୍ୟଧିକ ଗରମ ପାଣିରେ ଶିଶୁଙ୍କୁ ଗାଧୋଇ ଦିଅନ୍ତୁ ନାହିଁ। ଏହା ଚର୍ମକୁ ଶୁଷ୍କ କରିଦେବ।

-ଗାଧୋଇବା ପରେ ଶିଶୁ ତ୍ୱଚାରେ ଭଲ ବେବି କ୍ରିମ୍ ଲଗାନ୍ତୁ। ବେବି କ୍ରିମ୍‌ରେ ଥିବା ‘ଲାଇକୋରାଇସ୍‌’ ଶିଶୁର ତ୍ୱଚାକୁ ସୁରକ୍ଷା ଦିଏ। ‘ପ୍ଲାଇଭ୍ ଅଏଲ୍’ ଭିଟାମିନ୍-ଇ ତ୍ୱଚାକୁ କୋମଳ କରେ।

–  ଶୀତଦିନ ଅଳ୍ପ ସମୟ ବ୍ୟବଧାନରେ ଶିଶୁଙ୍କର ଡାଇପର୍‌ ବଦଳାନ୍ତୁ। ନୂଆ ଡାଇପର୍‌ ପିନ୍ଧାଇବା ପୂର୍ବରୁ ଆଲୋଭିରାଯୁକ୍ତ ଓ୍ୱେଟ ଟିସ୍ୟୁରେ ଶିଶୁର ତ୍ୱଚାକୁ ଭଲ ଭାବେ ପୋଛି ସଫା କରି କ୍ରିମ୍ ଲଗାନ୍ତୁ।

-ଶିଶୁକୁ ଭଲ ଭାବେ ଗରମ ବସ୍ତ୍ର ପିନ୍ଧାନ୍ତୁ। ନଚେତ୍ ଥଣ୍ଡା ଧରିପାରେ।

Comment