ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ: କୋଣାର୍କରେ ଯୁବତୀଙ୍କୁ ଅସଦାଚରଣ। ଯୁବତୀ ଜଣକ ପ୍ରତିବାଦ କରିବାରୁ ତାଙ୍କୁ ରାସ୍ତାରେ ପିଟିପିଟି ଲହୁଲୁହାଣ କରି ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ। ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା କୋଣାର୍କରୁ।

ରବିବାର ଜଣେ ଯୁବତୀଙ୍କୁ ଦୁଇ ଜଣ ଯୁବକ ଅସଦାଚରଣ କରିବା ସହ ମାଡ଼ ମାରି ଲହୁଲୁହାଣ କରି ଦେଇଥିଲେ। ପରେ ସ୍ଥାନୀୟ ଲୋକେ ରାସ୍ତାରେ ଲହୁଲୁହାଣ ଅବସ୍ଥାରେ ଯୁବତୀ ଜଣକୁ ପଡିଥିବାର ଦେଖିବା ପରେ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ।

ଖବର ପାଇ କୋଣାର୍କ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀ ଜଣକୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରି ଘଟଣାର ତଦନ୍ତ କରୁଛି।

Comment