ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ଆପଣ ନିଜ ଖାଦ୍ୟରେ ଫଳ ସାମିଲ କରିବା ନିହାତି ଆବଶ୍ୟକ। ହେଲେ ଫଳ ଖାଇବାର ଏକ ସଠିକ ସମୟ ଏବଂ ସଠିକ ନିୟମ ମଧ୍ୟ ରହିଛି। ଯାହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ।

ତେବେ ଜାଣନ୍ତୁ କେତେବେଳେ ଆଉ କେମିତି ଫଳ ଖାଇବେ?

ଖାଦ୍ୟ ଖାଇବା ପୂର୍ବରୁ କିମ୍ବା ପରେ ସଙ୍ଗେସଙ୍ଗେ ଫଳ ଖାଆନ୍ତୁ ନାହିଁ। ସକାଳ ସମୟରେ ଜଳଖିଆ ଖାଇବା ସମୟରେ ଫଳ ଖାଇ ପାରିବେ। ଫଳରେ ବହୁ କ୍ୟାଲୋରୀ ରହିଥାଏ। ଏହି କାରଣରୁ ଖାଦ୍ୟ ଖାଇବା ପରେ ଫଳ ଖାଇବା ଦ୍ୱାରା ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ଖାଦ୍ୟ ଖାଇବା ପରେ ଫଳ ଖାଇଲେ ଗ୍ୟାସ, ଏସିଡ଼ିଟି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଏହା ଛଡ଼ା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡ଼ିଥାଏ।

ଫଳ ସହ କ୍ଷୀର କିମ୍ବା ଦହିର ସେବନ କରନ୍ତୁ ନାହିଁ। ଫଳ ଖାଇବାର ଏକ ଘଣ୍ଟା ପର୍ଯ୍ୟନ୍ତ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ। ଋତୁ ଅନୁସାରେ ଫଳ ଖାଇଲେ ମଧ୍ୟ ଏହା ଶରୀର ପାଇଁ ଖୁବ ଉପକାରୀ ଅଟେ।

Comment