ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀପାବଳିରେ ପୁଣି ଭାଇରାଲ ହୋଇଛି ରାନୁ ମଣ୍ଡଳଙ୍କ ନୂଆ ଗୀତ। ‘ଦିଲ ୱାଲେ ଦୁଲହନିଆ ଲେ ଜାୟେଙ୍ଗେ’ ଫିଲ୍ମର ଚର୍ଚ୍ଚିତ ଗୀତ ଗାଇ ସେ ପୁଣି ଚର୍ଚ୍ଚାର ପରିସରରେ।
ପଶ୍ଟିମବଙ୍ଗର ଏକ ଟିଭି ସୋ ‘କମେଡି ଷ୍ଟାର୍ସ’ରେ ଯୋଗ ଦେଇ ସେ ‘ତୁଝେ ଦେଖା ତୋ ଏ ଜାନା ସନମ’ ଗୀତ ଗାଇଥିଲେ ରାନୁ। ବର୍ତ୍ତମାନ ରାନୁଙ୍କ ଏହି ଭିଡିଓଟି ମଧ୍ୟ ସୋସିଆଲରେ ବେଶ୍ ଲୋକପ୍ରିୟ ହୋଇପାରିଛି।
ଲତା ମଙ୍ଗେସକରଙ୍କ ଲୋକପ୍ରିୟ ଗୀତ ଏକ ‘ପ୍ୟାର କା ନଗମା’ ଗୀତ ଗାଇ ସେ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ଷ୍ଟେସନରେ ଗୀତ ଗାଇ ଭିକ ମାଗୁଥିବା ରାନୁମଣ୍ଡଳ ରାତାରାତି ସୋସିଆଲ ମିଡିଆରେ ଷ୍ଟାର ପାଲଟିଯାଇଥିଲେ।
ଏହାପରେ ହିମେଶ ରେଶମିଆ ତାଙ୍କୁ ତାଙ୍କର ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହିର’ରେ ମଧ୍ୟ ସୁଯୋଗ ଦେଇଥିଲେ।