ଆଜି ଦୀପାବଳି। ଭାରତର କୋଣ ଅନୁକୋଣରେ ଦୀପାବଳି ଯେପରି ନିଆରା ଢ଼ଙ୍ଗରେ ପାଳନ କରାଯାଏ ଠିକ୍ ସେହିପରି ବିଭିନ୍ନ ରାଜ୍ୟରେ ଦୀପାବଳି ସ୍ପେଶାଲ ମିଠା ତିଆରି ହୋଇଥାଏ।

ଦୀପାବଳିରେ କର୍ଣ୍ଣାଟକରେ ‘ଓବାଟୁ’ ନାମକ ଏକ ଖାଦ୍ୟ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତ ବ୍ୟତୀତ ଗୁଜୁରାଟ, ମହାରାଷ୍ଟ୍ର ଏବଂ ଗୋଆରେ ବି ଏହା ‘ପୁରନ୍‌ପୋଲି’ ନାମରେ ପରିଚିତ। ଏହାକୁ ଅଟା, ଚଣା ଡ଼ାଲି, ଗୁଡ଼, ନଡ଼ିଆ ଆଉ ତେଲରେ ଚକୁଳି ପିଠା ଭଳି ତିଆରି କରାଯାଏ। ଏହାଛଡ଼ା ଦକ୍ଷିଣ ଭାରତରେ ମଇଦା, ଘିଅ ଆଉ ଚିନିରେ ‘ମଇସୁର୍‌ପାକ୍’ ମିଠା ବି ତିଆରି ହୁଏ।

ପଞ୍ଜାବରେ ଗାଜର ହାଲଓ୍ୱା, ପଞ୍ଜାବୀ ପୁଡା, ପଞ୍ଜିରି ଦୀପାବଳିର ମିଠା। ପଞ୍ଜିରି ମଇଦାରେ ତିଆରି କରାଯାଉଥିବା ଏକ ପଞ୍ଜାବୀ ମିଠେଇ।

କଶ୍ମୀରରେ ‘ସୁଫ୍‌ତା’ ମିଠା ପ୍ରସ୍ତୁତ କରାଯାଇ ଦିପାବଳୀ ପର୍ବ ପାଳନ କରାଯାଏ।

ମହାରାଷ୍ଟ୍ରରେ ଦୀପାବଳି ଅବସରରେ ରାଓ୍ୱା ଲଡ଼ୁ, ବେସନ ଲଡ଼ୁ ଆଉ ଗୁଜିଆ ପ୍ରସ୍ତୁତ କରାଯାଏ।

ପଶ୍ଚିମବଙ୍ଗରେ ରସଗୋଲା ଆଉ ସନ୍ଦେଶ ବହୁ ପ୍ରଚଳିତ ମିଠା।

ଉତ୍ତର ପ୍ରଦେଶରେ ଜାମୁନ୍, ପେଡା ଆଉ ଜିଲାବି ମିଠା ହୁଏ।

ତାମିଲନାଡ଼ୁରେ ନଡ଼ିଆ ବର୍ଫି ଆଉ ଖିରି ଦିପାବଳୀର ମୁଖ୍ୟ ଆକର୍ଷଣ।

ରାଜସ୍ଥାନରେ ଅଞ୍ଜିର୍‌ କଟ୍‌ଲେଟ୍‌, ମିଲ୍କ କେକ୍, ମାଓ୍ୱା ମିଶ୍ରି ଆଉ ଘିଓ୍ୱର୍‌ ଖୁବ୍ ପ୍ରସିଦ୍ଧ।

ବିହାରରେ କାଜୁ ବର୍ଫି ଆଉ ଖଜା ଦୀପାବଳି ସମୟରେ ପ୍ରସ୍ତୁତ କରାଯାଏ।

ମଇଦା ଓ ଚିନିରେ ପ୍ରସ୍ତୁତ ‘ବାବ୍‌ରୁ’ ମିଠା ହିମାଚଳ ପ୍ରଦେଶ ଦୀପାବଳିର ମୁଖ୍ୟ ମିଠା।

ଆସାମରେ ନଡ଼ିଆ ଲଡ଼ୁ ବା ନାରୀ କୋଲ୍ ପ୍ରସ୍ତୁତ କରାଯାଏ।

Tags: #Deepavali #Celebration #Festival #Culture #Diya #Lights

LEAVE A REPLY

Please enter your comment!
Please enter your name here