ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁର୍ନୀତି ହଟାଇବା ପାଇଁ ଶପଥ ନେଲେ ରାଜ୍ୟ ପୋଲିସ ମୁଖ୍ୟାଳୟର ଅଧିକାରୀ ଏବଂ କର୍ମଚାରୀ। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ଆର୍‌ ପି କୋଚେ ଉପସ୍ଥିତ ରହି ମୁଖ୍ୟାଳୟର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ।

ସମସ୍ତ କାର୍ଯ୍ୟରେ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖିବା ସହ ପ୍ରତ୍ୟେକ ସ୍ତରରୁ ଦୁର୍ନୀତି ହଟାଇବା ପାଇଁ ଶପଥ ପାଠ କରାଇଥିଲେ।

ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଆଇଜି ରେଖା ଲୋହାନିଙ୍କ ସମେତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ପୋଲିସ ମୁଖ୍ୟାଳୟର ସହକାରୀ ଦୁର୍ଗପତି ଦୀପକ କୁମାର ଗଡନାୟକ ଏବଂ ସୁବେଦାର ଅଶୋକ କୁମାର ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comment