ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛି ଦିନର ବ୍ୟବଧାନ ପରେ ମଙ୍ଗଳବାର ପୁଣି ପୁରୀରେ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୁରୀ ମୋଚିସାହିରେ ଥିବା ମହୋଦଧି ମାର୍କେଟ କମ୍ପ୍ଲେକ୍ସ ଉଚ୍ଛେଦ ହେଉଛି। ପୌର ସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ଚାଲିଛି।

୧୯୬୯ ମସିହାରେ ନିର୍ମିତ ଏହି ମାର୍କେଟ କମ୍ପ୍ଲେକ୍ସରେ ୫୮ଟି ଦୋକାନ , ସମବାୟ ସଂସ୍ଥା କାର୍ଯ୍ୟ କରୁଥିଲା। ଦୀର୍ଘ ବର୍ଷ ହେବ ଅସୁରକ୍ଷିତ ଅବସ୍ଥାରେ ଥିବା ଏହି କୋଠା ଯେକୌଣସି ମୁହୁର୍ତରେ ବି ଭୁଶୁଡି ଯିବାର ସମ୍ଭାବନା ଥିବାରୁ  ପୂର୍ବ ନିର୍ଦେଶ ମୁତାବକ ଆଜି ଏହାକୁ ଭଙ୍ଗା ଯାଇଛି।

ଗତ ୧୪ ତାରିଖରେ ମାର୍କେଟ୍‌ କମ୍ପ୍ଲେକ୍ସକୁ ଉଚ୍ଛେଦ କରାଯିବ ବୋଲି ନୋଟିସ୍‌ ଦିଆଯାଇଥିଲା। କୌଣସି କାରଣବଶତଃ ଏହାକୁ ସ୍ଥଗିତ ରଖାଯାଇଥିଲା।

ମହୋଦଧି ମାର୍କେଟ୍‌ କମ୍ପ୍ଲେକ୍ସ ଭଙ୍ଗା ଯାଇ ସେହି ସ୍ଥାନରେ ନୂତନ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଆଜି ଶାନ୍ତି ଶୃଙ୍ଖଳାର ସହ ଉଛେଦ କାର୍ଯ୍ୟ ଚାଲିଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶ୍ୱ ଐତିହ୍ୟ ନଗରୀ ଭାବେ ପୁରୀକୁ ଗଢି ତୋଳିବାକୁ ସ୍ୱପ୍ନ ଦେଖିଥିବା ରାଜ୍ୟସରକାର କେବେ ଏମାନଙ୍କୁ ଥଇଥାନ କରୁଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର।

Comment