ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ପୁଣି ଦର୍ଶକଙ୍କ ପାଖକୁ ଏକ ଭିନ୍ନ ଚରିତ୍ର ନେଇ ଆସୁଛନ୍ତି ଓଲିଉଡ଼ର ପାଗଳ ପ୍ରେମୀ ସବ୍ୟସାଚୀ। ଫିଲ୍ମ ‘ମାଲ ମହୁ ଜୀବନ ମାଟି’ରେ ଦର୍ଶକ ତାଙ୍କ ଅଭିନୟରେ ପୁଣି ହସି ହସି ବେଦମ ହେବେ। ଏଥିରେ ସେ ଖନା ଚରିତ୍ରରେ ନଜର ଆସିବେ।

ନଭେମ୍ବର ୮ରେ ରିଲିଜ୍ ହେବାକୁ ଯାଉଥିବା ଓଡ଼ିଆ ଫିଲ୍ମ ‘ମାଲ ମହୁ ଜୀବନ ମାଟି’ ସିନେପ୍ରେମୀ ସବ୍ୟସାଚୀଙ୍କୁ ଏକ ଖନା ଚରିତ୍ରରେ ଦେଖିବାକୁ ପାଉଥିବେ। କଥାରେ କଥାରେ ଯାହା ପାଟି ଲାଗୁଥିବ ସେଭଳି ଏକ ପିଲା ଗର୍ଲଫ୍ରେଣ୍ଡ ପାଇବାକୁ ପାଗଳ ହେଉଥିବା ଏହାର ଟ୍ରେଲରରେ ଦେଖିବାକୁ ମିଳିଛି।

ଫିଲ୍ମ ମାଲ ମହୁ ଜୀବନ ମାଟିର ଟ୍ରେଲର ଗତ ଶୁକ୍ରବାର ରିଲିଜ୍ ହୋଇସାରିଛି। ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଏଥିରେ ସବ୍ୟସାଚୀଙ୍କ ସହ ଅଭିନେତ୍ରୀ ଏଲିନା ସାମନ୍ତରାୟ ମଧ୍ୟ ନଜର ଆସିବେ।

ମୁଖ୍ୟତଃ ଫିଲ୍ମର ଗୀତଗୁଡ଼ିକ ବେଶ୍ ଲୋକପ୍ରିୟ ହୋଇପାରିଛି। ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।

LEAVE A REPLY

Please enter your comment!
Please enter your name here