ଓଡ଼ିଶାଲାଇଭ୍‌ ବ୍ୟୁରୋ Construction of Sri Jagannath Medical College

୨୦୨୧ ସୁଦ୍ଧା ଶ୍ରୀ ଜଗନ୍ନାଥ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଶେଷ ହେବ। ବୁଧବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପୂର୍ତ୍ତବିଭାଗ ମନ୍ତ୍ରୀଙ୍କ ମିଳିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ମେଡିକାଲ କଲେଜ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଜମି ପଟା ହସ୍ତାନ୍ତର କରାଯାଇଥିଲା।

Construction of Sri Jagannath Medical College

“ମେଡ଼ିକାଲ କଲେଜ ନିର୍ମାଣରେ ଜାଗାକୁ ନେଇ ସମସ୍ୟା ରହିଥିଲା। ତେବେ ବର୍ତ୍ତମାନ ପ୍ରଶାସନ ଏହି ସମସ୍ୟା ସମାଧାନ କରି ସାରିଛି। ଖୁବ୍‌ଶୀଘ୍ର ମେଡ଼ିକାଲ କଲେଜ ନିର୍ମାଣ କାର୍ଯ୍ୟ ସରିବ” ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଥିଲେ।

Construction of Sri Jagannath Medical College

ସେହିପରି ପୁରୀ ମୁଖ୍ୟ ମେଡିକାଲରେ ବିଭିନ୍ନ ସୁବିଧା ସମେତ ଅନେକ ଭିତ୍ତିଭୂମି କାର୍ଯ୍ୟ ସୁଦୃଢ଼ କରାଯିବ ବୋଲୀ ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମର ସୁଫଳ ଜନସାଧାରଣ ନିଶ୍ଚିତ ଭାବେ ପାଇବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ।

ଅନ୍ୟପକ୍ଷରେ ବୁର୍ଲାରେ ଏଚଆଇଭି ସୁରକ୍ଷା ସମ୍ପର୍କିତ ଗାଇଡ୍‌ ଲାଇନ ନିୟମ ଉଲଘଂନ କରି ଅପରେସନ ହୋଇଥିବା ବିଷୟ ଉଠାଇଥିଲେ। ଏଘଟଣାର ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

Comment