ଓଡ଼ିଶାଲାଇଭ ବ୍ୟୁରୋ

ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ଵକପ ପାଇଁ ଯୋଗ୍ୟତା ଅର୍ଜନ କରିଛି ନେଦରଲାଣ୍ଡ। ମଙ୍ଗଳବାର ଖେଳାଯାଇଥିବା କ୍ଵାଲିଫାଇଙ୍ଗ ପ୍ଲେ-ଅଫରେ ୟୁଏଇକୁ ୮ ଓ୍ଵିକେଟରେ ହରାଇ ନେଜରଲାଣ୍ଡ ଏହି ଯୋଗ୍ୟତା ହାସଲ କରିଛି।

ବ୍ରେଣ୍ଡନ୍ ଗ୍ଲୋଭରଙ୍କ ଦମଦାର ବୋଲିଂ ବଳରେ ନେଦରଲାଣ୍ଡ ୟୁଏଇକୁ ୨୦ ଓଭରରେ ୯ ୱିକେଟରେ ୮୦ ରନରେ ସୀମିତ ରଖିଥିଲା। ୟୁଏଇ ଟିମ୍ ଏକ ସମୟରେ ୯ ରନ୍ ଭିତରେ ୫ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। କିନ୍ତୁ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନଙ୍କ ସହଯୋଗରେ ଟିମ୍ ସମ୍ମାନ ରକ୍ଷା କରିଥିଲା।

ପରେ ୮୧ ରନର ଲକ୍ଷ୍ୟକୁ ନେଦରଲାଣ୍ଡ ଟିମ୍ ୧୫.୧ ଓଭରରେ ୨ ୱିକେଟ୍ ହରାଇ ହାସଲ କରିନେଇଥିଲା। ଟିମ୍ ପକ୍ଷରୁ ବେନ୍ କୁପର୍ ୪୧ ଓ ରିଆନ୍ ଟେନ୍ ଡଜଚେଟ୍ ୧୧ ରନ୍ କରି ଅପରାଜିତ ରହିଥିଲେ।

ନେଦରଲାଣ୍ଡ ତୃତୀୟ ଦଳ ଭାବେ ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିଛି। ଏହା ପୂର୍ବରୁ ପାପୁଆ ନ୍ୟୁ ଗିନି(ପିଏନଜି) ଓ ଆୟର୍ଲ୍ୟାଣ୍ଡ ନିଜ ନିଜ ଗ୍ରୁପର ଶୀର୍ଷରେ ରହି ସିଧାସଳଖ ବିଶ୍ୱକପରେ ସ୍ଥାନ ହାସଲ କରିଛନ୍ତି।

Comment