ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ମୋଚିସାହି ମହୋଦଧି ମାର୍କେଟ କମ୍ଲେକ୍ସ ଉଚ୍ଛେଦର ଆଜି ଦ୍ୱିତୀୟ ଦିନ। ସେଠାରେ ଥିବା ଅନ୍ୟକିଛି ଦୋକାନକୁ ଭାଙ୍ଗିବା କାର୍ଯ୍ୟ ଜାରି ରହିଛି।

ମଙ୍ଗଳବାର ମୋଚିସହାହି ମହୋଦଧି ମାର୍କେଟ କମ୍ଲେକ୍ସର ୫୮ଟି ଦୋକାନ ବୁଲଡୋଜର ଲଗାଇ ଭଙ୍ଗାଯାଇଥିଲା। ଆଜି ଏହି ମାର୍କେଟ କମ୍ଲେକ୍ସରେ ଥିବା ଆଉ କିଛି ବିପଦସଙ୍କୁଳ କୋଠାକୁ ଭଙ୍ଗାଯିବ।

୧୯୬୯ ମସିହାରେ ନିର୍ମିତ ଏହି ମାର୍କେଟ କମ୍ପ୍ଲେକ୍ସ ଯେକୌଣସି ମୁହୁର୍ତରେ ବି ଭୁଶୁଡି ଯିବାର ସମ୍ଭାବନା ଥିବାରୁ  ପୂର୍ବ ନିର୍ଦେଶ ମୁତାବକ ଆଜି ଏହାକୁ ଭଙ୍ଗା ଯାଇଛି।

Comment