ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛୋଟ ପିଲାଙ୍କୁ ଶୁଆଇବା ପ୍ରତ୍ୟେକ ମା’ଙ୍କ ପାଇଁ ଏକ ଜରୁରୀ କାମ ହୋଇଥାଏ। କାରଣ ଛୋଟ ପିଲାଙ୍କୁ ଶୁଆଇବା ସହଜ ହୋଇନଥାଏ। ପିଲାଙ୍କୁ ଶୁଆଇ ଦେବା ସମୟରେ ମା’ ମାନେ ନାହିଁ ନଥିବା ହଇରାଣ ହୁଅନ୍ତି। ଏହି ହଇରାଣରୁ ମୁକ୍ତି ପାଇବା ଆପଣ କିଛି ଟିପ୍ସ ଆପଣେଇ ପାରିବେ।

ଗାଧୋଇବା ପରେ ଶୁଆନ୍ତୁ

ଶିଶୁଙ୍କୁ ସବୁବେଳେ ହାଲକା ଉଷୁମ ପାଣି ଗାଧୋଇ ଦେବା ଉଚିତ। ଗାଧୋଇ ଦେବା ପୂର୍ବରୁ ଶିଶୁକୁ ନିଶ୍ଚୟ ମାଲିସ କରନ୍ତୁ। ଫଳରେ ଶିଶୁ ରିଲାକ୍ସ ଅନୁଭବ କରନ୍ତି ଓ ଶୀଘ୍ର ଶୋଇପଡ଼ନ୍ତି।

ଶୋଇବା ସମୟ ନିର୍ଦ୍ଧାରଣ କରନ୍ତୁ

ଶିଶୁଙ୍କ ଶୋଇବା ସମୟ ନିର୍ଦ୍ଧାରଣ କରନ୍ତୁ। ଏହି ନିର୍ଦ୍ଧାରିତ ସମୟରେ ଶିଶୁକୁ ଶୁଆନ୍ତୁ। କାରଣ ବାରମ୍ବାର ସମୟ ପରିବର୍ତ୍ତନ ହେଲେ ପିଲାମାନେ ଶୀଘ୍ର ଶୁଅନ୍ତି ନାହିଁ।

ସେହିପରି ଶିଶୁକୁ ସ୍ତନ୍ୟପାନ କରି ଶୁଆଇ ଦିଅନ୍ତୁ। ଯଦି ଶିଶୁର ପେଟ ଖାଲି ଥିବା ତାହେଲେ ନିଦ ଆସିବ ନାହିଁ।

ଶିଶୁଙ୍କ ଶୋଇବା ଶେଯରେ କୌଣସି ବାସ୍ନାଯୁକ୍ତ ଜିନିଷ ରଖନ୍ତୁ ନାହିଁ। କାରଣ ଏହାଦ୍ୱାରା ଶିଶୁଙ୍କୁ ଆଲର୍ଜି ହୋଇପାରେ।

Comment