ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ପୋଲିସ କର୍ମଚାରୀଙ୍କୁ ମେଡାଲ ଦେବେ ଭାରତ ସରକାର। ରାଜ୍ୟର ୨୫ ଜଣ ପୋଲିସଙ୍କୁ ସ୍ପେସାଲ ଅପରେସନ ମେଡାଲ ଦିଆଯିବ। ଚଳିତ ବର୍ଷ ମେ ୮ ତାରିଖରେ ମାଓ ବିରୋଧୀ ଅପରେସନ ପାଇଁ ଏହି ମେଡାଲ ଦିଆଯିବ।

ମେଡାଲ ପାଇଁ ମନୋନିତ ହୋଇଥିବା ପୋଲିସ କର୍ମଚାରୀମାନ ହେଲେ ସମ୍ଵଲପୁର ଏସପି କନଓ୍ଵାର ବିଶାଲ ସିଂହ, ଏଏସପି ନିରଞ୍ଜନ ସାହୁ, ଏସଆଇ ମନୋଜ ପ୍ରଧାନ, ଗୁରୁଦେବ କର୍ମୀ, ଉମେଶ ସାହୁ, ହେମନ୍ତ ନିଆଲଙ୍କ ସମେତ ସର୍ଜେଣ୍ଟ, ହାବିଲଦାର ଓ କନେଷ୍ଟବଳଙ୍କ ସହ ମୋଟ ୨୫ ଜଣଙ୍କୁ ଏହି ମେଡାଲ ଦିଆଯିବ।

ଚଳିତ ବର୍ଷ ମେ ୮ ତାରିଖରେ କୋରାପୁଟ ପାଡୁଆ ଜଙ୍ଗଲରେ ୫ ମାଓବାଦୀଙ୍କୁ ଏକ ଅପରେସନ ଦ୍ଵାରା ନିପାତ କରାଯାଇଥିଲା। ଏହି ଅପରେସନ ପାଇଁ ପୋଲିସ କର୍ମଚାରୀଙ୍କୁ ମେଡାଲ ଦିଆଯିବ।

Comment