ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ: ଦିନକୁ ଦିନ ଯୁବପିଢିଙ୍କ ଫ୍ୟାସନ ଉପରେ ବଢୁଛି ଆଗ୍ରହ। ଏହାକୁ ଦୃଷ୍ଟିରେ ରଖି ପୁରୀରେ କ୍ରିମଶୋଉନି କ୍ଲବର ଏକ ନୂଆ ସୋ’ରୁମ୍ ଖୋଲାଯାଇଛି। ଗୁରୁବାର ଦିନ ସନ୍ଧ୍ୟାରେ ବାଲୁକା ଶିଳ୍ପୀ ମାନସ ରଞ୍ଜନ ସାହୁ ମୁଖ୍ୟ ଅଚିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

ଏହାସହ ସମ୍ମନିତ ଅତିଥି ଭାବେ କ୍ରିମଶୋଉନି କ୍ଲବ ଦିଲ୍ଲୀର ମୁଖ୍ୟ ପରିଚାଳକ ରାଜ ଠାକୁର, ଓଡିଶା ଚଳଚିତ୍ର ଜଗତର ଅଭିନେତା ସାନଟୁ, ପୁରୀ ଷ୍ଟୋରର ମୁଖ୍ୟ ସୌମେନ୍ଦ୍ର ପୃଷ୍ଟି ଓ ଷ୍ଟୋର ମ୍ୟାନେଜର ଶକ୍ତି ରଞ୍ଜନ ସେନାପତି ଉପସ୍ଥିତ ଥିଲେ।

ପ୍ରଥମ ଦିନରେ କ୍ରିମଶୋଉନି କ୍ଲବ ପକ୍ଷରୁ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଉପହାର ଓ ଗିଫ୍ଟ କୁପନ ରଖାଯାଇଥିଲା। ଏହାସହ ସୋ’ରୁମ୍‌ରେ ଯୁବକ ଓ ଯୁବତୀମାନଙ୍କ ପାଇଁ ଆକର୍ଷଣୀ ପୋଷାକ ରହିଛି।

Comment