ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ: ପୌରସଦନରେ ଅନୁଷ୍ଠିତ ହୋଇଛି ଜ଼ିଲ୍ଲା ସ୍ତରୀୟ ଗ୍ରାହକ ସଂଯୋଗୀକରଣ ସମ୍ମିଳନୀ। ଭୁବନେଶ୍ୱର ଜୋନ ୟୁକୋ ବ୍ୟାଙ୍କ ଏହାର ଆୟୋଜନ କରିଛି। ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଗୁରୁବାରଠାରୁ  ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ କରାଯିବ।

ଏଥିରେ ୧୯ଟି ବ୍ୟାଙ୍କ ଓ ୭ଟି ପବ୍ଲିକ ସେକ୍ଟର ଏବଂ ୪ଟି ଘରୋଇ ସୋସାଇଟି ସାମିଲ ହୋଇଛନ୍ତି। ଏହାସହ ଏଥିରେ ୪ହଜାର ୨୮୨ଜଣଙ୍କୁ ୮୦କୋଟି ୬୮ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି। କୃଷି, ଦୋକାନ ନିର୍ମାଣ, ମୁଦ୍ରା ଲୋନ୍‌ ଆଦି ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଯୋଗ ଦେଇଥିଲେ। ତେବେ ୨୫୦ଟି ଜିଲ୍ଲାରେ ଏହା ହୋଇସାରିଛି। ଗୁରୁବାର ଏହି କାର୍ଯ୍ୟକ୍ରମ ପୁରୀରେ ଆରମ୍ଭ ହୋଇଛି। ଏହାସହ ଏଥିରେ ଗ୍ରାହକଙ୍କୁ ଏମଏସଏମଇ କ୍ଷେତ୍ରରେ ମଧ୍ୟ ଲୋନ୍‌ ଦିଆଯାଇଛି।

Comment