ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଧିକାଂଶ ସମୟରେ ଛୋଟ ଛୋଟ ମତାନ୍ତର, ମନାନ୍ତର ସଂପର୍କକୁ ବିଗାଡ଼ି ଦେଇଥାଏ। ଏମିତି ସ୍ଥିତିରେ ସାଥୀଙ୍କ ସହ ସଂପର୍କକୁ ଦୃଢ଼ ଓ ମଜବୁତ କରିବା ଆପଣ କିଛି ଟିପ୍ସ ଆପଣେଇ ପାରିବେ।  ଯାହାଦ୍ୱାରା ଆପଣ ସଂପର୍କରେ ସୁଧାର ଆଣିପାରିବେ ଓ ସଂପର୍କକୁ ମଜବୁତ କରି ପାରିବେ।

ନିଜକୁ ଭଲ ପାଆନ୍ତୁ

ଆପଣ ଯେତେବେଳେ ନିଜକୁ ଭଲ ପାଇବେ ସେତେବେଳେ ଆପଣ ନିଜେ ନିଜକୁ ଖୁସି ରଖିବେ। ନିଜେ ଖୁସିରେ ରହିଲେ ଆପଣ ଆପଣଙ୍କ ସାଥୀଙ୍କୁ ଖୁସିରେ ରଖିପାରିବେ। ଫଳରେ ସଂପର୍କ ମଜବୁତ ରହିବ।

ସେଆର କରନ୍ତୁ

ପ୍ରତ୍ୟେକ ସଂପର୍କରେ ସେଆରିଂ ରହିବା ନିହାତି ଜରୁରୀ। ଆପଣ ଯେତେବେଳେ ଆପଣଙ୍କ ସବୁକଥା ସେଆର କରିବେ ସେତେବେଳେ ଆପଣଙ୍କ ସାଥୀ ଆପଣଙ୍କ ବିଷୟରେ ବେଶୀ କିଛି ଜାଣିବାକୁ ପାଇବେ। ଉଭୟଙ୍କ ମଧ୍ୟରେ ବୁଝାମଣା ଠିକ୍‌ ରହିବ।

ସଚ୍ଚୋଟ ହୁଅନ୍ତୁ

ସଂପର୍କରେ ସଚ୍ଚୋଟ ହେବା ଗୋଟିଏ ମଜବୁତ ସଂପର୍କ ପାଇଁ ନିହାତି ଜରୁରୀ। ଏହାଦ୍ୱାରା ବିଶ୍ୱାସ ବଢ଼ିଥାଏ।

ସାଥୀଙ୍କୁ ସ୍ପେସ୍‌ ଦିଅନ୍ତୁ

ସବୁ ମଣିଷ ନିଜ ବ୍ୟକ୍ତିଗତ ଜୀବନରେ ଟିକେ ସ୍ପେସ୍‌ ଚାହାନ୍ତି। ସେଥିପାଇଁ ଆପଣ ତାଙ୍କୁ ସ୍ପେସ୍‌ ଦିଅନ୍ତୁ। ଆପଣ ଯଦି ସବୁ କଥାରେ ଦଖଲ ଦେବେ ତେବେ ସଂପର୍କ ଖରାପ ହୋଇପାରେ।

ସବୁଠୁ ବଡ଼ କଥା ଯଦି ସାଥୀଙ୍କ ଦ୍ୱାରା କିଛି ଭୁଲ ହୋଇଛି ତେବେ କ୍ଷମା କରିବା ଶିଖନ୍ତୁ। ଏହାଦ୍ୱାରା ଆପଣଙ୍କ ସଂପର୍କ ଆହୁରି ମଜବୁତ ରହିବ।

LEAVE A REPLY

Please enter your comment!
Please enter your name here