ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ: କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ମହଙ୍ଗା ପଡ଼ିଲା ରୋଡ ରୋମିଓକୁ। ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ଗୋଇଠା ମାରି ପଳାଇଯାଉଥିବା ବେଳେ ସ୍ଥାନୀୟ ଲୋକ ଜଣେ ରୋଡ ରୋମିଓଙ୍କୁ କାବୁ କରି ନିର୍ଦ୍ଦୁମ ଛେଚିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ।

ପୁରୀ ଜିଲ୍ଲା ସତ୍ୟବାଦୀ କଲେଜ ଛକ ନିକଟରେ ଏକ କଲେଜ ଛାତ୍ରୀକୁ କମେଣ୍ଟ ମାରିବା ସହ ଗୋଇଠା ମାରି ପଳାଇଯିବାକୁ ଚେଷ୍ଟା କରିଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡିଥିଲେ ଜଣେ ଯୁବକ। ସ୍ଥାନୀୟ ଲୋକ ରୋଡ ରୋମିଓକୁ ପ୍ରବଳ ମାଡ଼ ମାରିଥିଲେ। ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ କାବୁ କରିଛି।

ବର୍ତ୍ତମାନ ସତ୍ୟବାଦୀ ଥାନା ପୋଲିସ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଅନ୍ୟପକ୍ଷରେ ଛାତ୍ରୀ ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମଦ ନିଶାରେ ଏଭଳି କାଣ୍ଡ କରିଥିବା ଯୁବକ ଜଣକ ପୋଲିସ ଆଗରେ ମାନିଛି।

Comment