ଓଡ଼ିଶାଲାଇଭ୍ ବ୍ୟୁରୋ

୪୬ ବର୍ଷରେ ପାଦ ଦେଲେ ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଆଜି ତାଙ୍କ ଜନ୍ମଦିନରେ ପରିବାର ଓ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଐଶ୍‌ଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

୧୯୭୩ ମସିହା ନଭେମ୍ବର ୧ରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମ ହୋଇଥିବା ଐଶ୍‌ ବଲିଉଡରେ ବେଶ୍‌ ନାଁ କରିଛନ୍ତି। ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ସେ ତେଲୁଗୁ ଫିଲ୍ମରେ କାମ କରିଥିଲେ।

ବଲିଉଡରେ ତାଙ୍କର ପ୍ରଥମ ଡେବ୍ୟୁ ଫିଲ୍ମ ଥିଲା ‘‘ଔର ପ୍ୟାର ହୋ ଗୟା’’। ଏହାପରେ ବଲିଉଡରେ ଗୋଟିଏ ପରେ ପରେ ଗୋଟିଏ ହିଟ୍‌ ଫିଲ୍ମ କାମ କରିବାର ସୁଯୋଗ ପାଇଥିଲେ ଐଶ୍‌।

ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ୨୦୦୭ରେ ଅଭିନେତା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ବିବାହକୁ ୧୨ ବିତିଯାଇଥିଲେ ବି ଏବେ ଅଭିନୟରେ ସକ୍ରିୟ ଅଛନ୍ତି ଐଶ୍ୱର୍ଯ୍ୟା।

Comment