ଓଡ଼ିଶାଲାଇଭ ବ୍ୟୁରୋ 

ଟିମ୍‌ ଇଣ୍ଡିଆର ପୂର୍ବତନ ଷ୍ଟାଇଲିଶ ଟେଷ୍ଟ ବ୍ୟାଟ୍ସମ୍ୟାନ ଭିଭିଏସ୍‌ ଲକ୍ଷ୍ମଣଙ୍କ ଆଜି ଜନ୍ମ ଦିନ। ଲକ୍ଷ୍ମଣ ଆଜି ୪୫ ବର୍ଷରେ ପାଦ ଥାପିଛନ୍ତି। ୧୯୭୪ ମସିହା ନଭେମ୍ଵର ୧ ଅର୍ଥାତ ଆଜିରେ ଦିନରେ ଜନ୍ମ ଗ୍ରହଣ କରିଥିଲେ ଲକ୍ଷ୍ମଣ। ତେବେ ଆସନ୍ତୁ ଜାଣିବା ତାଙ୍କ କ୍ରିକେଟ କ୍ୟାରିୟର ସହ ଜଡ଼ିତ କିଛି କଥା।

ଲକ୍ଷ୍ମଣ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ପରେ ସେ ୧୯୯୬ ମସିହାରେ ସେ କ୍ରିକେଟରେ ଡବ୍ୟୁ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ୨୦୦୩-୦୪ ଦିନିକିଆ ମ୍ୟାଚରେ ଲଗାତାର ଉନ୍ନତ ପ୍ରଦର୍ଶନ କରିଥିଲେ। ସେଥିପାଇଁ ଅଷ୍ଟ୍ରେଲିଆର ମହାନ କ୍ରିକେଟର ଇୟାନ ଚାପେଲ ତାଙ୍କୁ ‘ଭେରି ଭେରି ସ୍ପେସିଆଲ’ ନାଁ ଦେଇଥିଲେ। ଏଥିରେ ସେ ୪ଟି ଟେଷ୍ଟରେ ୪୯୪ ରନ କରିଥିଲେ।

କ୍ରିକେଟରେ ସଙ୍କଟ ମୋଚନ ଭାବେ ମଧ୍ୟ ଲକ୍ଷ୍ମଣ ବେଶ ପରିଚିତ। ଏହାସହ ସେ ଅଷ୍ଟ୍ରେଲିଆ ବିପକ୍ଷରେ ବେଶ ଭଲ ପ୍ରଦର୍ଶନ କରନ୍ତି। ୨୦୦୧ରେ କୋଲକତାର ଇଡେନ ଗାର୍ଡେନରେ ସେ ୨୮୧ ରନର ଇଂନିସ ଖେଳିଥିଲେ।

ଲକ୍ଷ୍ମଣ ଭାରତ ପକ୍ଷରୁ ୧୩୪ ଟେଷ୍ଟ ମ୍ୟାଚ ଖେଳି ୮ ହଜାର ୭୮୧ ରନ କରିଛନ୍ତି। ଯେଉଁଥିରେ ୧୭ ଶତକ ଓ ୫୬ ଅର୍ଦ୍ଧଶତକ ରହିଛି। ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଭଲ ରେକର୍ଡ ମଧ୍ୟ ରହିଛି। ଟେଷ୍ଟରେ କରିଥିବା ୧୭ ଶତକରୁ ୬ ଶତକ ଓ ଦିନିକିଆରେ କରିଥିବା ୬ ଶତକରୁ ୪ ଶତକ ଅଷ୍ଟ୍ରେଲିଆ ବିପକ୍ଷରେ କରିଛନ୍ତି।

ଭାରତର ଏହି ଷ୍ଟାଇଲିଶ ବ୍ୟାଟ୍ସମ୍ୟାନ ଅନେକ ଥର ନିଜ ଦକ୍ଷତାରେ ଭାରତକୁ ବିଜୟୀ କରାଇଛନ୍ତି। ଦିନିକିଆରେ ମଧ୍ୟ ୮୬ ମ୍ୟାଚ ଖେଳି ୨ ହଜାର ୩୩୮ ରନ କରିଛନ୍ତି। ପରେ ୨୦୧୨ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ।

LEAVE A REPLY

Please enter your comment!
Please enter your name here