ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭରେ ହେବ ‘ମେରାଇନ୍‌ ଡ୍ରାଇଭ ଇକୋ ରିଟ୍ରିଟ’ ଫେଷ୍ଟିଭାଲ। ଡିସେମ୍ଵର ୧୪ ତାରିଖରୁ ମାସେ ଧରି ଏହି ଫେଷ୍ଟିଭାଲ ଚାଲିବ। ମେରାଇନ୍‌ ଡ୍ରାଇଭଠାରୁ ୮ କିଲୋମିଟର ଦୂରରେ ଏହି ଫେଷ୍ଟିଭାଲ ଅନୁଷ୍ଠିତ ହେବ।

ଏହି ଫେଷ୍ଟିଭାଲ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ହେବ। ମାସେ ଧରି ହେବାକୁ ଥିବା ଏହି ଫେଷ୍ଟିଭାଲରେ ବିଳାସପୂର୍ଣ୍ଣ ଟେଣ୍ଟ, ସାଂସ୍କୃତିକ କାର୍ଯ୍ୟକ୍ରମ, ଥ୍ରୀ-ଡି ମ୍ୟାପିଙ୍ଗ୍, ଫୁଡ୍ ଫେଷ୍ଟିଭାଲ, ରୋମାଞ୍ଚକର କ୍ରୀଡ଼ା, ଜଳକ୍ରୀଡ଼ା ଭଳି ଆନ୍ତର୍ଜାତିକ ମାନର ବ୍ୟବସ୍ଥା କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶନିବାର ଏହି ଫେଷ୍ଟିଭାଲ୍ ପାଇଁ ବୈଠକ ଅନଷ୍ଠିତ ହୋଇଥିଲା। ଏଥିରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୁଖ୍ୟ ସଚିବ ଅସିତ୍‌ ତ୍ରୀପାଠୀଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

Comment