ଓଡ଼ିଶାଲାଇଭ ବ୍ୟୁରୋ

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟବ୍ୟାପି ବିକ୍ଷୋଭ ଚେତାବନୀ। ଏନେଇ ନଭେମ୍ଵର ୫ରେ ସମସ୍ତ ଜିଲ୍ଲାପାଳ ଅଫିସ୍‌ ଆଗରେ ବିକ୍ଷୋଭ କରାଯିବ। କର୍ମଜୀବୀ ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନା ପ୍ରତିବାଦରେ ଏହି ବିକ୍ଷୋଭ କରାଯିବ। ଏନେଇ ସୂଚନା ଦେଇଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡ଼ା।

ଯାଜପୁର ସ୍ମିତାରାଣୀ ମୃତ୍ୟୁ ମାମଲା ଓ କେନ୍ଦ୍ରାପଡ଼ାର ଯୌନ ନିର୍ଯାତନା ପ୍ରସଙ୍ଗରେ ଏହି ପ୍ରତିବାଦ କରାଯାଉଛି। ସ୍ମିତାରାଣୀ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ସହ ଏସପି ଓ ମହିଳା କମିସନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବି କରିଛି ମହିଳା ମୋର୍ଚ୍ଚା।

ଏହାସହ କେନ୍ଦ୍ରାପଡ଼ା ଯୌନ ନିର୍ଯାତନା ପ୍ରସଙ୍ଗରେ ବିକ୍ଷୋଭ କରାଯିବ। ଏନେଇ ଆସନ୍ତା ୫ ତାରିଖରେ କେନ୍ଦ୍ରାପଡ଼ା ଯିବ ବିଜେପି ମହିଳା ମୋର୍ଚ୍ଚା ଟିମ୍‌।

LEAVE A REPLY

Please enter your comment!
Please enter your name here