ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ବାଂଲାଦେଶ ମଧ୍ୟରେ ଆଜି ଖେଳାଯିବ ପ୍ରଥମ ଟି-୨୦ ମ୍ୟାଚ। ଏହି ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚକୁ ଦୁଇ ଦଳ ଜିତିବାକୁ ଚେଷ୍ଟା କରିବେ। ତେବେ ଏଠାରେ ବାୟୁ ପ୍ରଦୂଷଣ ଅଧିକ ଥିବାରୁ ଏହା ମ୍ୟାଚ ଉପରେ ପ୍ରଭାବ ପକାଇ ପାରେ।

ପୂର୍ବରୁ ଦୁଇ ଦଳ ମଧ୍ୟରେ ପୂର୍ବରୁ ୮ଟି ଟି-୨୦ ମ୍ୟାଚ ଖେଳାଯାଇଛି। ଏଥିରେ ଭାରତ ୮ଟିରୁ ୮ଟି ଜିତି ବାଂଲାଦେଶଠୁ ଆଗରେ ରହିଛି। ତେବେ ଏହି ମ୍ୟାଚ ଜିତି ଭାରତ ନିଜ ଇତିହାସ ବଜାୟ ରଖିବ ନଚେତ ବାଂଲାଦେଶ ଭାରତର ଏହି ରେକର୍ଡଖୁ ଭାଙ୍ଗିବାକୁ ଚେଷ୍ଟା କରିବ।

ଟିମ୍‌ ଇଣ୍ଡିଆ ବ୍ୟାଟିଂ ଦାୟିତ୍ଵରେ ଅଧିନାୟକ ରୋହିତ ଶର୍ମା, ଶିଖର ଧଓ୍ଵନ, କେଏଲ ରହୁଲ ଓ ମନୀଷ ପାଣ୍ଡେ ରହିଛନ୍ତି। ସେହିପରି ଓ୍ଵିକେଟ କିପର ଭାବେ ରିଷବ ପନ୍ତଙ୍କୁ ସ୍ଥାନ ମିଳିଛି। ଏକଥା ନିଜେ ରୋହିତ ଶର୍ମା ସ୍ପଷ୍ଟ କରିଛନ୍ତି।

Comment