ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁନିଆର ସବୁଠାରୁ ସଫଳ କ୍ରିକେଟ୍‌ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଏକ ରୋମଞ୍ଚକର ନିୟମ ଲାଗୁ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆଇପିଏଲ୍‌ର ଆଗାମୀ ସିଜନରେ ‘ପାୱାର ପ୍ଲେୟର’ ନିୟମ ଲାଗୁ କରିବାକୁ ବିଚାର କରୁଛି। ଏହି ନିୟମ ଅନୁଯାୟୀ, ଟିମ୍‌ ଯେକୌଣସି ସମୟରେ ୱିକେଟ୍ ଯିବା ପରେ କିମ୍ବା ଓଭର ସରିବା ପରେ ଖେଳାଳି ବଦଳାଇ ପାରିବ।

ଏନେଇ ବିସିସିଆଇ ଅଧିକାରୀ କହିଛନ୍ତି, “ଏହି ନିୟମକୁ ମଞ୍ଜୁରୀ ମିଳିଯାଇଛି। ହେଲେ ମଙ୍ଗଳବାର ଏହାକୁ ନେଇ ମୁମ୍ବାଇ ବିସିସିଆଇ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍‌ କାଉନସିଲ ବୈଠକରେ ବସ୍ତୃତ ଭାବେ ଚର୍ଚ୍ଚା କରାଯିବ।”

ସେ ଆହୁର ମଧ୍ୟ କହିଛନ୍ତି, “ଟିମ୍‌ରେ ପ୍ଲେଇଂ ଏକାଦଶ ବଦଳରେ ୧୫ ଜଣ ଖେଳାଳିଙ୍କୁ ଚୟନ କରାଯିବ। ସେହିପରି ମ୍ୟାଚ୍‌ ସମୟରେ କୌଣସି ଗୋଟିଏ ଖେଳାଳିଙ୍କୁ ୱିକେଟ୍ ଯିବା ପରେ କିମ୍ବା ଓଭର ସରିବା ପରେ ମ୍ୟାଚ୍‌ରେ ଏଣ୍ଟ୍ରି କରାଯାଇପାରିବ। ଏହାକୁ ଆଭାମୀ ଆଇପିଏଲ୍‌ରେ ଲାଗୁ କରିବା ପାଇଁ ଚିନ୍ତା କରାଯାଉଛି। ହେଲେ ଆସନ୍ତା ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ଲାଗୁ କରିବା ଉଚିତ୍‌ ହେବ।”

ମ୍ୟାଚ୍‌ ଏହା କିପରି ପ୍ରଭାବ ପକାଇବ

“ମ୍ୟାଚ୍‌ ଜିତିବା ପାଇଁ ୨୦ ବଲ୍‌ରେ ୬ ରନ୍‌ ଆବଶ୍ୟତା ରହିଛି ଏବଂ ଆନ୍ଦ୍ରେ ରସେଲ ମଇଦାନ ବାହାରେ ବସିଛନ୍ତି। କାହିଁ ନାଁ ଫିଟ୍‌ନେସ୍‌ ପାଇଁ ସେ ପ୍ଲେଇଂ ଏକାଦଶରେ ଭାଗ ନେଇ ପାରିନଥିଲେ। ତେବେ ଏହି ନୂଆ ନିୟମ ଫଳରେ ରସେଲ ମଇଦାନକୁ ଆସି ବଡ ସଟ୍‌ ଲଗାଇ ମ୍ୟାଚ୍‌ର ପରିଣାମକୁ ବଦଳାଇ ପାରିବେ” ବିସିସିଆଇ ଅଧିକାରୀ କହିଛନ୍ତି।

ସେହିପରି ବୋଲିଂ କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ କରାଯାଇପାରିବ। ତେବେ ଆଗାମୀ ଆଇପିଏଲ୍‌ରେ ଏହା ଲାଗୁ ଡେବ କି ନାହିଁ ଏହା ବୈଠକ ପରେ ହି ଜଣାପଡ଼ିବ।

Comment