ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ: ମଙ୍ଗଳବାର ପବିତ୍ର ଅଁଳାନବମୀ ତଥା ରାଧାପାଦ ଦର୍ଶନ। ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀ ଗୋପୀନାଥ ମନ୍ଦିରରେ ଏହି ଦୁର୍ଲଭ ପାଦ ଦର୍ଶନର ସୌଭାଗ୍ୟ ଲାଭ କରିବା ପାଇଁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

କାର୍ତିକ ମାସର ପବିତ୍ର ନବମୀ ତିଥିରେ ଅର୍ଥାତ ଆସନ୍ତାକାଲି ପୁରୀ ସାକ୍ଷୀଗୋପାଳସ୍ଥିତ ସାକ୍ଷୀ ଗୋପୀନାଥ ମନ୍ଦିରରେ ମା’ ରାଧାଙ୍କ ପାଦ ଦର୍ଶନର ସୌଭାଗ୍ୟ ମିଳିଥାଏ। ଏହି ଦିନ ମା ଓଡ଼ିଆଣୀ ବା ଶ୍ରୀକୃଷ୍ଣ ନଟବର ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ବର୍ଷକ ମଧ୍ୟରେ ଥରେ ମାତ୍ର ଭକ୍ତ ମାନେ ଏହି ଦର୍ଶନର ସୌଭାଗ୍ୟ ପାଇଥାନ୍ତି।

ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି। ଆଜି ମଧ୍ୟ ଜିଲ୍ଲାପାଳ ଏନେଇ ସମୀକ୍ଷା କରିଥିବା ବେଳେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଆମ୍ବୁଲାନ୍ସ ସେବା ଓ ଅଗ୍ନିଶମ ବାହିନୀଙ୍କୁ  ମଧ୍ୟ ମୁତୟନ କରାଯାଇଛି।

ଅନ୍ୟପକ୍ଷେ ଆସନ୍ତାକାଲି ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ୨୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ପ୍ରାୟ ୧୦୦ରୁ ଅଧିକ ଅଫିସରଙ୍କୁ ନିୟୋଜିତ କରାଯାଇଛି। ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ  ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯିବା ସହ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି।

Comment