ଓଡ଼ିଶାଲାଇଭ୍‌ ବ୍ୟୁରୋ  Pathshala - each one teach one

ଭୁବନେଶ୍ୱର: ବସ୍ତି ପିଲାଙ୍କୁ ମାଗଣାରେ ଶିକ୍ଷା ଯୋଗାଇବା ପାଇଁ ଆରମ୍ଭ ହେଲା ‘ପାଠଶାଳା’। ସୋମବାର ଚଣ୍ଡୀପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ ଓ ପିକ୍‌ ଟ୍ରେନ ସଂସ୍ଥାର ମିଳିତ ଉଦ୍ୟମରେ ୟୁନିଟ୍‌-୯ସ୍ଥିତ ମା’ ମଙ୍ଗଳା ବସ୍ତିରେ ଆରମ୍ଭ ହୋଇଛି ‘ପାଠଶାଳା-ଇଚ୍ ୱାନ୍ ଟିଚ୍ ୱାନ୍।’

ଏହି ଅବସରରେ ଟ୍ରଷ୍ଟର ସଭାପତି ଶ୍ରୀମତୀ ଅମୀୟ ବାଳା ପରିଡ଼ା କହିଛନ୍ତି, ” ଶିକ୍ଷା ଅପହଞ୍ଚ ଇଲାକାରେ ପହଞ୍ଚି ଗରିବ ତଥା ମେଧାବୀ ଛାତ୍ର ଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଆମର ଲକ୍ଷ୍ୟ।”

Pathshala - each one teach one

‘ପାଠଶାଳା’ ପ୍ରକଳ୍ପର ସଂଯୋଜିକା ଇପ୍‌ସିତା ସାହୁଙ୍କ ଉଦ୍ୟମରେ ବସ୍ତିରେ ରହୁଥିବା ପ୍ରାୟ ୭୨ ଜଣ ଛାତ୍ର ଛାତ୍ରୀ ପାଠଶାଳରେ ଯୋଗ ଦେଇଥିଲେ। ଖୋଲା ଆକାଶ ତଳେ, ଗଛର ଛାଇର ପ୍ରାକୃତିକ ପରିବେଶରେ ପିଲାମାନଙ୍କୁ ଏକ ଅଲଗା ଅନୁଭୂତି ମିଳିଥିଲା। ଏହି ଅବସରରେ ଟ୍ରଷ୍ଟର ଉପସଭାପତି ରୋଜା ଘୋଷ, ଯୁବ ପ୍ରଶିକ୍ଷିକା କଳ୍ପନା ବିଶୋଇ ପିଲାମାନଙ୍କୁ ଗୀତ ଓ ଗପ ମାଧ୍ୟମରେ ନୈତିକ ଶିକ୍ଷା ପ୍ରଦାନ କରିଥିଲେ।

Pathshala - each one teach one

“ସପ୍ତାହରେ ଗୋଟିଏ ଦିନ ମାଗଣାରେ ଶିକ୍ଷା ପ୍ରଦାନ କରିବା ସହିତ ଆସନ୍ତା ୧୨ ସପ୍ତାହ ମଧ୍ୟରେ ୧୦୦୦ ଛାତ୍ରଛାତ୍ରୀଙ୍କୁ ପାଠଶାଳାରେ ସାମିଲ କରାଯିବାର ଯୋଜନା ରଖାଯାଇଛି” ଏହା କହିଛନ୍ତି ଟ୍ରଷ୍ଟର ସମ୍ପାଦକ ସାଗର ସୁନ୍ଦର ଦାସ।

Pathshala - each one teach one

ଏହି ଅବସରରେ ପିଲାମାନଙ୍କୁ ବିସ୍କୁଟ ଚକୋଲେଟ ଓ ବିଭିନ୍ନ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା। ଆଶୁତୋଷ, ଗୁରୁ, କଳିଙ୍ଗ, ଲିଟୁ, ବିକାଶ, ଅଙ୍କିତା, ଆଲୋକ ପ୍ରମୁଖ ଟ୍ରଷ୍ଟର ଯୁବ ସଦସ୍ୟମାନେ ପିଲାମାନଙ୍କୁ ବିଭିନ୍ନ କ୍ରୀଡ଼ା ଓ ଶାରୀରିକ ଶିକ୍ଷା ପ୍ରଦାନ କରିବା ସହିତ ଏହାର ପରିଚାଳନା ଦାୟିତ୍ୱ ତୁଲାଇଥିଲେ।

Comment