ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଅଳଗୁଆଁ  ଗାଁ ନିକଟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି।  ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଟାଟା ମ୍ୟାଜିକ ଗାଡ଼ି ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଛି। ଫଳରେ ଗାଡ଼ି ଭିତରେ ଥିବା ୧୭ ଜଣ ଛାତ୍ରଥଛାତ୍ରୀଙ୍କ ଭିତରୁ ୧୦ ଜଣ ଗୁରୁତର ହୋଇପଡ଼ିଛନ୍ତି।

ସୋମବାର ତୁଳସୀପୁରସ୍ଥିତ ଏକ ଘରୋଇ ସ୍କୁଲର ଟାଟା ମ୍ୟାଜିକ୍‌ ଗାଡି ଅଳଗୁଆଁ ଗାଁରୁ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିଲା ବେଳେ କେନାଲକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଚାରିଛକ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Comment