ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆଜି ରାୟ ଶୁଣାଇ ପାରନ୍ତି ସୁପ୍ରିମକୋର୍ଟ। ଆମିକସ୍‌ କ୍ୟୁରିଙ୍କ ଷ୍ଟାଟସ୍‌ ରିପୋର୍ଟ ଆଧାରରେ ୧୨ଟି ପ୍ରସ୍ତାବ ଉପରେ ତର୍ଜମା କରି କୋର୍ଟ ରାୟ ଦେଇପାରନ୍ତି।

ଶ୍ରୀମନ୍ଦିର ଭୂସମ୍ପତ୍ତି ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ସେବା ପୂଜା, ଅନ୍ନଦାତା ଆଟିକା, ଦାନ ଦକ୍ଷିଣା ବନ୍ଦ ଆଦି ପ୍ରସ୍ତାବ ଉପରେ ରାୟ ଆସିବ।

ଆଜି ଅପରାହ୍ନରେ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ତିନି ଜଣିଆ ଖଣ୍ଡପୀଠ ରାୟ ପ୍ରକାଶ କରିବେ। ଏଥିପାଇଁ ବିଭିନ୍ନ ନିଯୋଗର କର୍ମକର୍ତ୍ତାମାନେ ଦିଲ୍ଲୀରେ ପହଞ୍ଚିଛନ୍ତି।

ସେପଟେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ  ୭୫ ମିଟର ଉଚ୍ଛେଦ ପ୍ରକ୍ରିୟାରେ ବିସ୍ଥାପିତଙ୍କୁ ଥଇଥାନ ପାଇଁ ଏକ କମିଟି ଗଠନ କରିବାକୁ ନିବେଦନ ହୋଇଥିଲା। ଏହାକୁ ନେଇ କୋର୍ଟ ନିଷ୍ପତ୍ତି ନେଇ ପାରନ୍ତି।

Comment