ଓଡ଼ିଶାଲାଇଭ୍‌ ବ୍ୟୁରୋ

କିସମିସ ଖାଇବାକୁ ଯେତିକି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ। ନିୟମିତ କିସମିସ୍‌ ଖାଇବା ଦ୍ୱାରା ଏହା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିଥାଏ।

ଶରୀରକୁ ଶକ୍ତି ମିଳେ

ନିୟମିତ କିସମିସ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ଏଥିରେ କୋଲେଷ୍ଟ୍ରଲ ବି ନଥାଏ। ଏଥିପାଇଁ ଏହା ହୃଦରୋଗୀଙ୍କ ପାଇଁ ଲାଭଦାୟୀ ହୋଇଥାଏ।

ଓଜନ ହ୍ରାସ କରେ

ଯଦି ଆପଣ ମୋଟାପଣର ଶିକାର ହୋଇଛନ୍ତି ତେବେ ଆପଣଙ୍କ ପାଇଁ କିସମିସ ବେଶ୍‌ ଲାଭଦାୟୀ ପ୍ରମାଣିତ ହେବ। କାରଣ ନିୟମିତ କିସମିସ ଖାଇଲେ ଏହା ଓଜନ ହ୍ରାସ କରିଥାଏ।

ହାଡ଼କୁ ମଜବୁତ କରେ

କିସମିସରେ ଭରପୂର ପରିମାଣରେ କ୍ୟାଲସିୟମ ଥାଏ। ଫଳରେ ଏହା ହାଡ଼କୁ ମଜବୁତ କରିଥାଏ। କିସମିସରେ ଫାଇବର ଅଂଶ ଥିବାରୁ ଏହା ପାଚନ କ୍ରିୟା ମଧ୍ୟ ଠିକ ଭାବେ କରାଇଥାଏ ।

Comment