ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇବେ ରାଜ୍ୟ ସରକାର। ବୁଧବାର ଏନେଇ ଯୋଗାଣ ବିଭାଗର ଅତିରିକ୍ତ ସଚିବ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି।

ବର୍ତ୍ତମାନ ରାଜ୍ୟରେ ବିଭିନ୍ନ କାରଣରୁ ପିଆଜ ଦର ଆକାଶ ଛୁଆଁ ରହିଛି। ତେଣୁ ଲୋକମାନଙ୍କୁ ସୁଲଭ ମୂଲ୍ୟ ଦୋକାନ ଓ ମୈତ୍ରୀମାନଙ୍କରେ ଶସ୍ତାରେ ପିଆଜ ଯୋଗାଇ ଦିଆଯିବ। ବିନା କୌଣସି ଲାଭ ନରଖି ଲୋକମାନଙ୍କୁ ପିଆଜ ଯୋଗାଇଦେବାକୁ ଯୋଗାଣ ବିଭାଗ ଚିଠି ଲେଖିଛି।

ଗତ କିଛି ଦିନ ଧରି ରାଜ୍ୟକୁ ବାତ୍ୟା ଆସିବା ଖବରରେ ବଜାରରେ ପିଆଜ ଦର ବଢ଼ିବାକୁ ଲାଗିଥିଲା। ଏପରିକି ରାଜ୍ୟର ଅନେକ ବଜାରରେ ବର୍ତ୍ତମାନ ପିଆଜର ଦର ୭୦ ଟଙ୍କା ରହିଛି। ତେଣୁ ଏହି ଆକାଶ ଛୁଆଁ ରେଟ୍ ରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

Comment