ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ ଟେକ୍ନୋଲୋଜି କମ୍ପାନି ସାଓମି ଏହାର ପ୍ରଥମ ସ୍ମାର୍ଟୱାଚ୍ Mi Watch ଲଞ୍ଚ୍‌ କରିଛି। ସୋମବାର ଚୀନ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନି ଏହାକୁ ଲଞ୍ଚ୍‌ କରିଛି। ଭାରତୀୟ ମୁଦ୍ରା ଅନୁଯାୟୀ, ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୧୩ ହଜାର ଟଙ୍କା। କମ୍ପାନି ପକ୍ଷରୁ ଏହି କାର୍ଯ୍ୟକ୍ରମରେ Mi CC9 Pro ସ୍ମାର୍ଟଫୋନ, Mi TV 5 ଏବଂ Mi TV 5 Pro ମଧ୍ୟ ଲଞ୍ଚ୍‌ କରାଯାଇଥିଲା।

ଏମ୍‌ଆଇ ସ୍ମାର୍ଟୱାଚ୍‌ର ଦୁଇଟି ଭାରିଏଣ୍ଟ କମ୍ପାନି ଲଞ୍ଚ୍‌ କରିଛି। ଏହାର ଟପ୍‌ ଭାରିଏଣ୍ଟ୍‌ Privilege Editionରେ କ୍ୱାଡ୍ ସଫାୟର ଗ୍ଲାସ ଦିଆ ଯାଇଛି। ଏହାର ବଡି ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ରେ ତିଆରି ହୋଇଥିବା ବେଳେ ଏହାର ଷ୍ଟ୍ରିପ୍‌ ମଧ୍ୟ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ରେ ନିର୍ମିତ। ଏହା ଏକ ୱାଟରପ୍ରୁଫ୍ ସ୍ମାର୍ଟୱାଚ୍‌। ଏହାକୁ ପିନ୍ଧି ଆପଣ ସ୍ୱିମ୍ କରିପାରିବେ। ଟପ୍‌ ଭାରିଏଣ୍ଟର ମୂଲ୍ୟ ୨୦ ହଜାର ଟଙ୍କା ରହିଛି।

ଆପଲ ସ୍ମାର୍ଟୱାଚ୍‌ ଫିଚର ଭଳି ଏମ୍‌ଆଇ ସ୍ମାର୍ଟୱାଚ୍‌ରେ ମଧ୍ୟ ୩ଡି ସଫାୟର ଗ୍ଲାସ ପ୍ରୋଟେକ୍ସନ ଦିଆଯାଇଛି। ଏହା ସ୍କ୍ରିନ୍‌ ବର୍ଗାକାର। ଏଥିରେ ରୋଟେଟିଂ ବଟନ ମଧ୍ୟ ରହିଛି। ଏହଶ ସାହାଯ୍ୟରେ ସ୍କ୍ରିନ୍‌ ସ୍କ୍ରୋଲ କରାଯାଇପାରିବ। ଅନ୍ୟପକ୍ଷରେ ଏହି ସ୍ମାର୍ଟୱାଚ୍‌ରେ ଇ-ସିମ୍‌ର ସପୋର୍ଟ ଦିଆଯାଇଛି।

ଏମ୍‌ଆଇ ସ୍ମାର୍ଟୱାଚ୍‌ରେ ୧.୭୮ ଇଞ୍ଚ୍‌ର ଆମୋଲେଡ୍‌ ଡିସପ୍ଲେ ରହିଛି। ଏଥିରେ ୫୭୦ ଏମ୍‌ଏଏଚ୍‌ର ବ୍ୟାଟେରୀ କ୍ୟାକଅପ୍‌ ଦିଆଯାଇଛି। ଏହି ସ୍ମାର୍ଟୱାଚ୍‌ରେ ଜିପିଏସ୍‌, ୱାଇଫାଇ ଏବଂ ଏନ୍‌ଏଫ୍‌ସି ସପୋର୍ଟ ଦିଆଯାଇଛି। କମ୍ପାନି ପକ୍ଷରୁ କୁହାଯାଇଛି, “ସ୍ମାର୍ଟୱାଚ୍‌ର ଚୀନ୍‌ ଭାରିଏଣ୍ଟରେ ଏମ୍‌ଆଇୟୁଆଇ ସଫ୍ଟୱେର ଦିଆଯିବ। ସେହିପରି ଗ୍ଲୋବାଲ ଭାରିଏଣ୍ଟରେ ଗୁଗଲ ୱେର୍‌ ଓଏସ୍‌ ଦିଆଯିବ।”

Comment