ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ: ଆଜି ପୁରୀ ସଦ୍‌ଭାବନା ଗୃହଠାରେ ଭିନ୍ନକ୍ଷମମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି। ଫନି ପରବର୍ତ୍ତୀ ସହାୟତାରେ ଭିନ୍ନକ୍ଷମମାନଙ୍କୁ ସକ୍ଷମ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଥିବା ପ୍ରଫୁଲ(PWDs rehabilitation after fani and unfolding lives) ଯୋଜନାରେ ୭୦ଜଣ ବିଭିନ୍ନ ବର୍ଗର ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରି କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି।

ଭଦ୍ରକ ଜିଲ୍ଲାର ସିଆର୍‌ଏସ୍‌ଆର୍‌ ଅନୁଷ୍ଠାନ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଏହି କୃତ୍ରିମ ଅଙ୍ଗ ଯୋଗାଣ କ୍ୟାମ୍ପ ଅନୁଷ୍ଠିତ ହୋଇଛି। ଏହା ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ଏହି କ୍ୟାମ୍ପକୁ ପ୍ରଫୁଲ ସାମାଜିକ ସୁରକ୍ଷା ପରାମର୍ଶଦାତା ସନ୍ତୋଷ କୁମାର ବେହେରା ଓ ପ୍ରଫୁଲ ଜୀବନଜୀବିକ ତଥା ମିଡ଼ିଆ ପରାମର୍ଶ ଦାତା ସିଦ୍ଧାର୍ଥ ରାୟ ପ୍ରରିଚାଳନା କରିଥିଲେ।

ଯଦି କୌଣସି ଭିନ୍ନକ୍ଷମ କୌଣସି କୃତ୍ରିମ ଅଙ୍ଗ ପାଇବାକୁ ଚାହୁଁଥିବେ ତେବେ ସେମାନେ ନିକଟସ୍ଥ ବ୍ଲକ କାର୍ଯ୍ୟାଳୟ କିମ୍ବା ମ୍ୟୁନିସିପାଲିଟି ବା ସିଧାସଳଖ ଜିଲ୍ଲା ସମାଜ ସୁରକ୍ଷା ଅଧିକରୀଙ୍କ ସହିତ ମଧ୍ୟ ଯୋଗାଯୋଗ କରି ପାରିବେ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here