ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଜକୁ ଭଲ ପାଇବା ଜରୁରୀ। ନିଜକୁ ଭଲ ପାଇଲେ ଆପଣ ଅନ୍ୟଙ୍କୁ ଭଲ ପାଇ ପାରିବେ ଏବଂ ନିଜକୁ ଖୁସିରେ ରଖିପାରିବେ। ନିଜେ ଖୁସି ରହିଲେ ଆପଣ ଅନ୍ୟକୁ ଖୁସି ଦେଇପାରିବେ। ଏ କଥା କେବଳ କହିବା ପାଇଁ ନୁହେଁ, ବିଭିନ୍ନ ସର୍ଭେରୁ ଏ କଥା ସତ ବୋଲି ପ୍ରମାଣିତ ହୋଇଛି। ହେଲେ ଆପଣ କେବେ ଭାବିଛନ୍ତି କି ନିଜକୁ ଭଲ ପାଇବା କାହିଁକି ଜରୁରୀ ହୋଇଥାଏ?

ଯଦି ହଁ ତେବେ ଏ କଥା ସତ। ନିଜକୁ ଭଲ ପାଇବା ଜରୁରୀ ହୋଇଥାଏ। କାରଣ ନିଜକୁ ଭଲ ପାଇଲେ ମନକୁ କମ୍‌ ନକରାତ୍ମକ ଭାବନା ଆସିଥାଏ। ଆପଣ ଅଧିକ ସକରାତ୍ମକ ହୋଇଥାନ୍ତି।

ଆସନ୍ତୁ ଜାଣିବା ନିଜକୁ ଭଲ ପାଇବା ଦ୍ୱାରା କ’ଣ ଫାଇଦା ହୋଇଥାଏ?

ଆତ୍ମ ବିଶ୍ୱାସ ବଢ଼ିଥାଏ

ଯଦି ଆପଣ ନିଜକୁ ଭଲ ପାଇବେ ତେବେ ଆପଣ ନିଜ ମନରେ ସବୁବେଳେ ସକରାତ୍ମକ ଚିନ୍ତାଧାରା ରଖିପାରିବେ। ସକରାତ୍ମକ ରହିଲେ ନିଜ ଭିତରେ ଆତ୍ମବିଶ୍ୱାସ ବଢ଼ିଥାଏ। ଫଳରେ ଆପଣ ଜୀବନରେ କୌଣସି ବି ଚାଲେଞ୍ଜକୁ ସାମ୍ନା କରିପାରିବେ।

ନିଜକୁ ଜାଣିପାରିବେ

ଆପଣ ନିଜକୁ ଭଲ ପାଇଲେ ନିଜ ବିଷୟରେ ଚିନ୍ତା କରିପାରିବେ। ନିଜ ବିଷୟରେ ଚିନ୍ତା କଲେ ଆପଣ ନିଜକୁ ଭଲ ଭାବରେ ଜାଣି ପାରିବେ। ନିଜ ଭିତରେ ଥିବା ପ୍ରତିଭାକୁ ଚିହ୍ନି ପାରିବେ। 

ନିଜକୁ ଖୁସିରେ ରଖିପାରିବେ

ଯେତେବେଳ ଯାଏଁ ଆପଣ ନିଜକୁ ଭଲ ପାଇ ନାହାନ୍ତି ସେତେବେଳ ଯାଏଁ ଆପଣ ନିଜକୁ ଖୁସିରେ ରଖି ପାରିବେନି। ନିଜକୁ ଭଲ ପାଇବା ଦ୍ୱାରା ଆପଣ ନିଜକୁ ଖୁସିରେ ରଖିପାରିବେ। ନିଜେ ଖୁସି ରହିଲେ ଆପଣ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇ ପାରିବେ।

ସୁସ୍ଥ ରହିବେ

ଅବସାଦ, ମାନସିକ ଯନ୍ତ୍ରଣା ବିଭିନ୍ନ ରୋଗର କାରଣ ହୋଇଥାଏ। କିନ୍ତୁ ଯଦି ଆପଣ ନିଜକୁ ଭଲ ପାଇବେ ତେବେ ଆପଣ ଶୀଘ୍ର ଏଥିରୁ ବାହାରିବାକୁ ଚେଷ୍ଟା କରିବେ। ନିଜକୁ ଅବସାଦରୁ ମୁକ୍ତି କରିବା ପାଇଁ କିଛି ନା କିଛି ଉପାୟ ଆପଣେବେ। ଫଳରେ ସୁସ୍ଥ ରହିବେ।

ଏହାଛାଡ଼ା ଯେଉଁ ମଣିଷ ମନରେ ନିଜ ପାଇଁ ଭଲ ପାଇବା ଓ ସମ୍ମାନ ଥାଏ ସେ ଅନ୍ୟର ଭଲ ପାଇବା ମଧ୍ୟ ପାଇଥାଏ।

Comment