ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ: ବୁଲ୍‌ବୁଲ୍ ଆଶଙ୍କାରେ ପୁରୀ ସହରରେ ହାଇଆର୍ଲଟ ଜାରି କରାଯିବା ସହ ୱେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ଓ ଆସନ୍ତାକାଲି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଘୋଷଣା କରାଯାଇଛି। ଆବଶ୍ୟକ ହେଲେ ହବିଷ୍ୟାଳିଙ୍କୁ ସ୍ଥାନାନ୍ତର କରାଯାଇପାରେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଚାଷୀମାନଙ୍କୁ ବିଲରୁ ପାଚିଲା ଧାନ କାଟି ଆଣି ସୁରକ୍ଷିତ ରଖିବାକୁ କୁହାଯାଇଛି। ଏହାସହ ଓଡ୍ରାଫ୍ ଟିମ୍‌କୁ ମଧ୍ୟ ସଜାଗ ରଖାଯାଇଛି। ପୁରୀ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ପର୍ଯ୍ୟଟକମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି। ବେଳାଭୂମିରେ ନାଲି ପତାକା ଲଗାଯିବା ସହ ୩ନମ୍ବର ସତର୍କ ସୂଚନା ଜାରି କରାଯାଇଛି।

ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ ଭୀଷଣ ରୂପ ନେଇ ପଶ୍ଚିମବଙ୍ଗ-ବାଂଲାଦେଶ ଆଡ଼କୁ ମୁହାଁଉଛି। ସମୁଦ୍ର ମଧ୍ୟରେ ଏହାର ବେଗ ଘଣ୍ଟା ପ୍ରତି ୧୮ କିମି ରହିଛି। ଆସନ୍ତା ୯ ତାରିଖ ମଧ୍ୟ ରାତିରେ ବାତ୍ୟା ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ।

Comment