ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ଷୀର ଓ ମହୁର ବିଭିନ୍ନ ପ୍ରକାର ଉପକାରିତା ସଂପର୍କରେ ଆପଣମାନେ ଜାଣିଥିବେ। ତେବେ ଉଭୟକୁ ମିଶାଇ ଖାଇବାର ଫାଇଦା ଜାଣନ୍ତୁ ।

-କ୍ଷୀରରେ ଅଧଚାମଚ ମହୁ ମିଶାଇ ପିଇଲେ ହଜମକ୍ରିୟା ଭଲ ଭାବେ ହୋଇଥାଏ। ମହୁ ଆମ ଶରୀରରେ ଉପକାରୀ ବ୍ୟାକ୍ଟେରିଆର ବୃଦ୍ଧିରେ ସହାୟକ ହୋଇଥାଏ। ଅବଶ୍ୟ ଆୟୁର୍ବେଦ ଅନୁସାରେ ଗରମ କ୍ଷୀର ସହିତ ମହୁ ଖାଇବା ଅନୁଚିତ୍। କେବଳ ଥଣ୍ଡା କ୍ଷୀରରେ ହିଁ ଆପଣ ଏହାକୁ ଖାଇପାରିବେ।

-କ୍ଷୀର ପିଇଲେ ଭଲ ନିଦ ହେବା କଥା ତ ଆପଣମାନେ ଜାଣିଥିବେ। ମହୁରେ ମଧ୍ୟ ସେଭଳି ଗୁଣ ରହିଛି। ତେଣୁ ଅନିଦ୍ରା ଦୋଷ ଭୋଗୁଥିବା ଲୋକେ କ୍ଷୀର ସହ ମହୁ ମିଶାଇ ଖାଇପାରିବେ।

-କ୍ଷୀର ଓ ମହୁକୁ ଏକାଠି ମିଶାଇ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ। ଏହା ତ୍ୱଚାରେ ବୟସର ଛାପ ପଡ଼ିବାକୁ ଦିଏନାହିଁ।

-କ୍ଷୀରରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ଥାଏ। ମହୁ ସେହି କ୍ୟାଲସିୟମ୍‌ ଅବଶୋଷିତ କରିବାରେ ସହାୟକ ହୋଇଥାଏ ଯାହାଦ୍ୱାରାକି ଶରୀର ଉପଯୁକ୍ତ ପରିମାଣରେ କ୍ୟାଲସିୟମ୍ ପାଇଥାଏ।

LEAVE A REPLY

Please enter your comment!
Please enter your name here