ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାର ଶୁକ୍ରବାର ୮୩୦୦କୋଟି ଟଙ୍କାର ଅତିରିକ୍ତ ବଜେଟକୁ ଅନୁମୋଦନ କରିଛନ୍ତି। ବିଧାନସଭାର ଆଗାମୀ ଶୀତ ଅଧିବେଶନରେ ଏହି ବଜେଟକୁ ଆଗତ କରାଯିବ।

ଲୋକସେବା ଭବନରେ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା। ଏହି ବୈଠକରେ ଚଳିତ ବର୍ଷର ଅତିରିକ୍ତ ବଜେଟକୁ ଅନୁମୋଦନ କରାଯାଇଛି। ନଭେମ୍ବର ୨୫ ତାରିଖ ବିଧାନସଭାର ଶୀତ ଅଧିବେଶନରେ ଏହି ବଜେଟକୁ ଆଗତ କରାଯିବ।

ବିଧାନସଭାର ଆଗାମୀ ଶୀତ ଅଧିବେଶନ ନଭେମ୍ବର ୧୩ରୁ ଆରମ୍ଭ ହୋଇ ଡିସେମ୍ବର ୧୯ପର୍ଯ୍ୟନ୍ତ ଚାଲିବ।

Comment