ଓଡ଼ିଶାଲାଇଭ୍ ବ୍ୟୁରୋ
ଆପଣମାନେ ଅଧିକାଂଶ ସମୟରେ SPG ସୁରକ୍ଷା, Z + ସୁରକ୍ଷା କଥା ଶୁଣିଥିବେ। ଏହି ସୁରକ୍ଷା ଦେଶର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମିଳିଥାଏ। ତେବେ ଆପଣ ଜାଣିଛନ୍ତ କି ଏହି SPG ସୁରକ୍ଷା, Z + ସୁରକ୍ଷା କ’ଣ?
SPG ସୁରକ୍ଷା କ’ଣ?
ଏସପିଜି (ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ)ରେ ସର୍ବଶ୍ରେଷ୍ଠ ସୁରକ୍ଷା ବଳଙ୍କୁ ସାମିଲ କରାଯାଇଥାଏ। ଏହି ସୁରକ୍ଷା ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା। ଏଥିରେ କମାଣ୍ଡୋମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ମୁତୟନ ହୋଇଥାନ୍ତି। ଏହି ସୁରକ୍ଷା ବ୍ୟବସ୍ଥା ଗୃହ ମନ୍ତ୍ରାଳୟ ଅଧୀନରେ ରହିଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ଏସ୍ପିଜି ପାଖରେ ରହିଥାଏ। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରକୁ ବି କିଛି ଦିନ ପାଇଁ ଏହି ସୁରକ୍ଷା ମିଳିଥାଏ।
Z+ ସୁରକ୍ଷା କ’ଣ?
ଏସ୍ପିଜି ପରେ ଦ୍ୱିତୀୟ ନମ୍ବର କଡ଼ା ସୁରକ୍ଷା ବ୍ୟବସ୍ଥା ହେଉଛି Z+ ସୁରକ୍ଷା। ଏଥିରେ ୩୬ ଜଣ ସୁରକ୍ଷାକର୍ମୀ ମୁତୟନ ଥା’ନ୍ତି। ଆଇଟବିବି, ସିଆରପିଏଫ୍ ଯବାନ ଏଥିରେ ସାମିଲ ଥା’ନ୍ତି। ଭିଆଇପି ଶ୍ରେଣୀର ଲୋକଙ୍କ ନିକଟରେ ଏହି ସୁରକ୍ଷା ବ୍ୟବସ୍ଥା ଥାଏ।











