ଓଡ଼ିଶାଲାଇଭ୍ ବ୍ୟୁରୋ

ଗାନ୍ଧୀ ପରିବାର ଉପରୁ ସୁରକ୍ଷା ବ୍ୟବସ୍ଥା କମ୍ କରିବ ଗୃହ ବିଭାଗ। ପୂର୍ବରୁ ଗାନ୍ଧୀ ପରିବାରକୁ ମିଳୁଥିବା ଏସପିଜି ସୁରକ୍ଷା ହଟାଇ ଏବେ କେବଳ Z+ ସୁରକ୍ଷା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

ଗୃହ ବିଭାଗର ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଗାନ୍ଧୀ ପରିବାରର ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କୁ ଏସପିଜି ସୁରକ୍ଷା ପ୍ରଦାନ କରାଯାଉଥିଲା। ଏବେ ଏହି ସୁରକ୍ଷାକୁ Z+ ସୁରକ୍ଷାକୁ କମାଇ ଦିଆଯାଇଛି।

ସୁରକ୍ଷା ଏଜେନ୍ସିମାନଙ୍କଠାରୁ ଗୃହ ବିଭାଗକୁ ମିଳିଥିବା ରିପୋର୍ଟ ଅନୁସାରେ ଗାନ୍ଧୀ ପରିବାରକୁ ବର୍ତ୍ତମାନ ସେଭଳି କୌଣସି ବିପଦ ନାହିଁ। ତେଣୁ ଗୃହ ବିଭାଗ ସେମାନଙ୍କର ସୁରକ୍ଷା କମାଇବାକୁ ନିଷ୍ପତ୍ତି ନେଇଛି।

ପୂର୍ବରୁ ମଧ୍ୟ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାଖରୁ ଏସପିଜି ସୁରକ୍ଷା ହଟାଇ ଦିଆଯାଇ, ତାଙ୍କୁ Z+ ସୁରକ୍ଷା ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here