ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ମଲ୍ଲିକାର୍ଜୁନ ଖଡଗେ। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧୀ ବୁଧବାର ଦିନ ଖଡଗେଙ୍କୁ ବିଧିବଦ୍ଧ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। କଂଗ୍ରେସ ମୁଖ୍ୟାଳୟରେ ଏକ ଭବ୍ୟ ସମାରୋହର ଆୟୋଜନ କରି ଦାୟିତ୍ୱ ହସ୍ତାନ୍ତର କରିବା ସହ ଖଡଗେଙ୍କୁ ଶୁଭେଚ୍ଛା ଜଣାଇଥିଲେ ସୋନିଆ ଗାନ୍ଧୀ। ଏହି ଅବସରରେ ସୋନିଆ କହିଥିଲେ, “ଆଜିଠାରୁ କଂଗ୍ରେସରେ ଆରମ୍ଭ ହେଲା ଖଡଗେ ଯୁଗ।”

ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ମଲ୍ଲିକାର୍ଜୁନ ଖଡଗେ ରାଜଘାଟ ଯାଇ ମହାତ୍ମାଗାନ୍ଧୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମାଧି ଶକ୍ତି ସ୍ଥଳ ଏବଂ ଜବାହରଲାଲ ନେହେରୁଙ୍କ ସମାଧି ସ୍ଥଳ ଶାନ୍ତିବନକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଖଡଗେ।

ଦୀର୍ଘ ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ କେହି ଜଣେ କଂଗ୍ରେସ ଅଧ୍ୟକ୍ଷ ପଦବୀରେ ଅଧିଷ୍ଠିତ ହୋଇଛନ୍ତି। ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ ସମୟରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

Tags: #Politics #IndianPolitics #MallikarjunKharge #SoniaGandhi #CongressPresident

LEAVE A REPLY

Please enter your comment!
Please enter your name here