ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭା ନିର୍ବାଚନ ପାଇଁ ବୁଧବାର ରାଜସ୍ଥାନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ଥାନରେ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ହେବେ। ତାଙ୍କ ପ୍ରାର୍ଥିପତ୍ର ଦାଖଲ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ପ୍ରମୁଖ ଉପସ୍ଥିତ ଥିଲେ। ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ରାଜ୍ୟସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

ସୋନିଆ ଗାନ୍ଧୀ ବୁଧବାର ସକାଳେ ଜୟପୁରରେ ପହଞ୍ଚିଥିଲେ। ଏଠାରେ ଦଳ ପକ୍ଷରୁ ତାଙ୍କର ସ୍ଵାଗତ କରାଯାଇଥିଲା। ଏହାପରେ ସେ ଦଳୀୟ ନେତାଙ୍କ ସହ ଆସି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ନିଜ ରାଜନୈତିକ ଜୀବନରେ ସୋନିଆ ଗାନ୍ଧୀ ୧୯୯୮ ମସିହାରୁ ୨୦୨୨ ମସିହା ମଧ୍ୟରେ ପ୍ରାୟ ୨୨ ବର୍ଷ ଧରି କଂଗ୍ରେସର ଅଧ୍ୟକ୍ଷ ରହିଛନ୍ତି। ଏହାସହ ସେ ୫ ଥର ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଛନ୍ତି।

ଏବେ ଉତ୍ତରପ୍ରଦେଶର ରାଏବରେଲିରୁ ଲୋକସଭା ସାଂସଦ ଅଛନ୍ତି ସୋନିଆ ଗାନ୍ଧୀ। ତେବେ ଆଗାମୀ ଲୋକସଭା ନିର୍ବାଚନରେ ଏହି ଆସନରୁ ସୋନିଆ ଗାନ୍ଧୀଙ୍କ ବଦଳରେ ପ୍ରିୟଙ୍କା ଗାନ୍ଧୀ ପ୍ରତିଦ୍ଵନ୍ଦ୍ଵିତା କରିବେ ବୋଲି ଚର୍ଚ୍ଚା ହେଉଛି।   

Tags: #SoniaGandhi #RajyaSabhaElections #Rajasthan #Congress #Politics

LEAVE A REPLY

Please enter your comment!
Please enter your name here