ଓଡ଼ିଶାଲାଇଭ୍ବ୍ୟୁରୋ

ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ‘ଜେଡ ପ୍ଲସ’ ସୁରକ୍ଷା ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ରାମନାଥ କୋବିନ୍ଦଙ୍କୁ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳର ‘ଜେଡ ପ୍ଲସ’ ଶ୍ରେଣୀର ଭିଆଇପି ସୁରକ୍ଷା କବଚ ପ୍ରଦାନ କରାଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ଦିନ ଘୋଷଣା କରାଯାଇଛି।

ଏହି ସୁରକ୍ଷା ରାମନାଥ କୋବିନ୍ଦଙ୍କୁ ଦେଶର ସବୁସ୍ଥାନରେ ପ୍ରଦାନ କରାଯିବ। କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ଭିଆଇପି ସୁରକ୍ଷା କମାଣ୍ଡୋ ୟୁନିଟ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସୁରକ୍ଷା ଯୋଗାଇବେ। ଜାତୀୟ ଗୁଇନ୍ଦା ବିଭାଗର ସୁପାରିଶ କ୍ରମେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ସୁରକ୍ଷା ପ୍ରଦାନ ନିମନ୍ତେ ମଞ୍ଜୁରି ଦେଇଛି। ଏହି ଦାୟିତ୍ଵ ସୁରକ୍ଷା ବଳକୁ ସେପ୍ଟେମ୍ବର ୫ ତାରିଖରୁ ପ୍ରଦାନ କରାଯାଇଥିଲା।

Tags: #Security #ZPlusSecurity #FormerPresidentOfIndia #RamnathKovind

LEAVE A REPLY

Please enter your comment!
Please enter your name here