ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର ଦିଗକୁ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ବୁଲ୍‌ବୁଲ୍‌। ଶନିବାର ମଧ୍ୟ ରାତ୍ରୀ ସୁଦ୍ଧା ବାତ୍ୟା ଲ୍ୟାଣ୍ଡଫଲ କରିବ। ତେବେ ପଶ୍ଚିମବଙ୍ଗ-ବାଂଲାଦେଶର ସୁନ୍ଦରବନରେ ‘ବୁଲବୁଲ’ ସ୍ଥଳଭାଗକୁ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

କେନ୍ଦ୍ରାପଡ଼ାର ରାଜନଗରରେ ବର୍ଷା ସାଙ୍ଗକୁ ପବନ କହୁଛି। ସେହିପରି ଭଦ୍ରକର ଚାନ୍ଦବାଲିରେ ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ହେଉଥିବା ବେଳେ ଧାମରାରେ ଘଣ୍ଟାପ୍ରତି ୧୧୦ କିଲୋମିଟରରେ ବହୁଛି।

ଭାରତୀୟ ପାଣିପାଗ ବିଭାଗର ୯ଟା ହୋଇଥିବା ବୁଲେଟିନ୍‌ ଅନୁଯାୟୀ, ଆଜି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରରେ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ସେହିପରି ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝରରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।

LEAVE A REPLY

Please enter your comment!
Please enter your name here