ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତଦିନେ ସାଧାରଣତଃ ଜଳବାୟୁ ଶୁଷ୍କ ଥାଏ। ଏହି ୠତୁରେ ତ୍ୱଚା ଶୁଷ୍କ ହେବା ସଙ୍ଗେସଙ୍ଗେ ଶରୀରରେ ଜଳୀୟ ଅଂଶ କମିଯାଏ। ଏଥିପାଇଁ ଶୀତଦିନେ କିଛି ସ୍ୱତନ୍ତ୍ର ଫଳ ସେବନ କଲେ, ଏହା ଶରୀର ପାଇଁ ଫାଇଦା ହୋଇଥାଏ।

କମଳା, ଲେମ୍ବୁ, କଳା ଅଙ୍ଗୁରୁ ଆଦି ଶୀତଦିନେ ଖାଇଲେ ସ୍ୱାସ୍ଥ୍ୟ ପାଇଁ ହିତ ହୋଇଥାଏ।

ଡାଳିମ୍ବରେ ପଲିଫେନାଲ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିଇନ୍‌ଫ୍ଲାମେଟୋରି ପ୍ରଡକ୍ଟ ଥାଏ। ଏହା ଶୀତଦିନେ ଥଣ୍ଡାରୁ ମୁକ୍ତି ଦେବ।

ପିଜୁଳିରେ ଭିଟାମିନ୍‌ ଏ, ଭିଟାମିନ୍‌ ସି, ଭିଟାମିନ୍‌ ବି-୬, ମାଙ୍ଗାନିଜ୍‌, ପୋଟାସିୟମ୍ ଭଳି ମିନେରାଲ ଭରି ରହିଥାଏ।

ଗାଜରରେ ବେଟା କ୍ୟାରୋଟିନ୍‌ ଭରି ରହିଛି। ଏହା ଶରୀରକୁ ଭିଟାମିନ୍‌ ଏ ଯୋଗାଇଥାଏ। ଶୀତଦିନେ ତ୍ଵଚାକୁ ରୁକ୍ଷ ହେବାରୁ ବଞ୍ଚାଇଥାଏ।

ଭିଟାମିନ୍‌ ସିରେ ଭରି ରହିଛି ଅଁଳା। ଅଁଳା ତ୍ୱଚା, କେଶକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ।

ଖରା ଦିନେ ଜଳବାୟୁ ଶୁଷ୍କ ଥିବାରୁ ଶୋଷ ବେଶି ଲାଗି ନଥାଏ। ଏଥିପାଇଁ ପ୍ରାୟ ଲୋକ ପାଣି ପିଇ ନ ଥା’ନ୍ତି। କିନ୍ତୁ ଶୀତଦିନେ ପାଣି ଥିବା ଫଳ ବେଶି ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

Comment