ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ପୁଣି ଦମ୍ଭୋକ୍ତି ଦେଖାଇଛି ଶିବସେନା। ଯଦି କୌଣସି ଦଳ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଯୋଗ୍ୟ ନହୁଅନ୍ତି, ତେବେ ଶିବସେନା ସରକାର ଗଠନ ଦାୟିତ୍ୱ ନେବ ବୋଲି କହିଛନ୍ତି ଶିବସେନା ନେତା ସଞ୍ଜୟ ରାୱତ।
ସଞ୍ଜୟ ରାୱତ କହିଛନ୍ତି, “ବିଧାନସଭାରେ ଯଦି ବିଜେପି ସଂଖ୍ୟାଗରିଷ୍ଠତା ପ୍ରମାଣ କରିପାରୁଛି ତେବେ ସେ ରାଜ୍ୟରେ ସରକାର ଗଠନ କରୁ। ଯଦି ରାଜ୍ୟରେ କୌଣସି ଦଳ ସରକାର ଗଠନ ପାଇଁ ଯୋଗ୍ୟ ନହୁଅନ୍ତି, ତେବେ ରାଜ୍ୟରେ ସରକାର ଗଠନ କରିବାର ଦାୟିତ୍ୱ ଶିବସେନା ନେବ।”

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ସହ ଶିବସେନାର ମତଭେଦ ଅଛି କିନ୍ତୁ କଂଗ୍ରେସ ଆମର ଶତ୍ରୁ ନୁହେଁ। ସଞ୍ଜୟଙ୍କ ଏହି ମନ୍ତବ୍ୟ ପରେ ମହରାଷ୍ଟ୍ରରେ ଶିବସେନା, ଏନସିପି-କଂଗ୍ରେସ ମେଣ୍ଟ ସାହାଯ୍ୟରେ ସରକାର ଗଠନ ନେଇ ଚିନ୍ତା କରୁଛି ବୋଲି ଚର୍ଚ୍ଚା ହେଉଛି।ଶନିବାର ମହାରାଷ୍ଟ୍ରର ରାଜ୍ୟପାଳ ବିଜେପିକୁ ରାଜ୍ୟରେ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି। ସୋମବାର ବିଧାନସଭାରେ ବିଜେପି ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡ଼ିବ। ଯଦି ବିଜେପି ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ନକରେ ତେବେ ରାଜ୍ୟପାଳ ଅନ୍ୟ ବିକଳ୍ପ ଚିନ୍ତା କରିବେ ବୋଲି ସୂଚନା ମିଳିଛି।

 

Comment